Latest Odisha News

BREAKING NEWS

ବିଶ୍ୱକପ ଫୁଟବଲରେ ବିପର୍ଯ୍ୟୟ: ଆର୍ଜେଂଟିନାକୁ ହରାଇଲା ସାଉଦି ଆରବ

ଦୋହା: ବିଶ୍ୱକପ ଫୁଟବଲରେ ଆଜି ବଡ ବିପର୍ଯ୍ୟୟ ଘଟିଛି । ଟାଇଟଲ ଦୌଡରେ ଫେଭରାଇଟ ବିବେଚନା କରାଯାଉଥିବା ଆର୍ଜେଂଟିନା ୧-୨ ଗୋଲରେ ସାଉଦି ଆରବଠାରୁ ହାରିଯାଇଛି । ଲିଓନେଲ ମେସ ପ୍ରଥମାର୍ଦ୍ଧରେ ଚମତ୍କାର ଗୋଲ କରିବା ପରେ ଏହି ମ୍ୟାଚକୁ ସହଜରେ ଜିତିନେବ ବୋଲି ଆଶା କରାଯାଉଥିଲା । ମାତ୍ର ଏହା ପରେ ସାଉଦି ଆରବ ଟିମ ଚମତ୍କାର ପ୍ରଦର୍ଶନ କରି କ୍ରମାଗତ ୨ଟି ଗୋଲ ସ୍କୋର କରି ମ୍ୟାଚରେ ବିଜୟ ହାସଲ କରିଥିଲା । ଏହି ମ୍ୟାଚରେ ମେସି ୪ଟି ଭିନ୍ନ ବିଶ୍ୱକପରେ ପ୍ରଥମ ଖେଳାଳି ଭାବେ ଗୋଲ ସ୍କୋର କରିଛନ୍ତି ।

ଏଥିସହ ସାଉଦି ଆରବ ଆର୍ଜେଂଟିନା କ୍ରମାଗତ ୩୬ ବିଜୟ ଧାରାରେ ବ୍ରେକ ଦେଇଛି । ବିଜୟୀ ଦଳ ପକ୍ଷରୁ ସାଲେହ ଆଲଶେହରୀ ୪୮ତମ ଏବଂ ସାଲେମ ଆଲଡାୱାସାରୀ ୫୩ତମ ମିନିଟରେ ଗୋଲ ସ୍କୋର କରିଥିଲେ । ମ୍ୟାଚ ପରେ ମେସି ଭାଙ୍ଗି ପଡିଥିବା ଦେଖିବାକୁ ମିଳିଛି । ନକଆଉଟ ପର୍ଯ୍ୟାୟରେ ପ୍ରବେଶ କରିବା ପାଇଁ ଆର୍ଜେଂଟିନା ବଳକା ମ୍ୟାଚରେ ଭଲ ପ୍ରଦର୍ଶନ କରିବାକୁ ପଡିବ ।

Leave A Reply

Your email address will not be published.