Latest Odisha News

BREAKING NEWS

ଗୋଟିଏ ସେକ୍ସନରେ ପଢ଼ିବେ ୨୦-୨୫ ପିଲା, ଆଉ କମିବନି ସିଲାବସ୍

ଭୁବନେଶ୍ୱର: ଦୁଇ ଦିନ ପରେ ରାଜ୍ୟରେ ଖୋଲିବ ସ୍କୁଲ । ନଅ ମାସ ପରେ ଛାତ୍ରଛାତ୍ରୀ କ୍ଲାସରୁମରେ ପାଠ ପଢ଼ିବେ । କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ ପଢ଼ିବାକୁ ଆସିବେ । ଗୋଟିଏ ସେକ୍ସନରେ ପଢ଼ିବେ ୨୦-୨୫ ଛାତ୍ରଛାତ୍ରୀ । ଅଧିକ ପିଲା ହେଲେ ଅଧିକ ସେକ୍ସନ କରାଯିବ । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।

Sameer Das reaction alligation over violation Covid Guidelinesସ୍କୁଲ ଓ କ୍ଲାସରୁମର ସାନିଟାଇଜେସନ ଓ ପିଲାଙ୍କ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦିଆଯାଉଛି । କେମିତି ସ୍କୁଲ ଖୋଲାଯିବ ଓ କଣ ବ୍ୟବସ୍ଥା ରହିବ ସେନେି ଗତକାଲି ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ (ଡିଇଓ) ସହ ସ୍ୱତନ୍ତ୍ର ସଚିବ ଆଲୋଚନା କରିଥିଲେ । ପ୍ରତି ଜିଲ୍ଲାର ନୋଡାଲ ଅଫିସରଙ୍କୁ ଦାୟିତ୍ୱ  ଦିଆଯାଇଛି ।

ମନ୍ତ୍ରୀ ସମୀର ଦାଶ କହିଛନ୍ତି, ୧୫ରୁ ୧୭ ଜିଲ୍ଲାର ଜିଲ୍ଲାପାଳ ଓ ଡିଇଓଙ୍କ ମିଳିତ ବୈଠକ ବି ହୋଇଛି । ଜିଲ୍ଲାପାଳ ଓ ଡିଇଓଙ୍କ ସହ ସମନ୍ଵୟ ରକ୍ଷା କରି କାମ କରିବେ ନୋଡାଲ୍ ଅଫିସର । ଟାର୍ଗେଟ ଶହେ ଦିନର ପାଠପଢାକୁ ଦୃଷ୍ଟିରେ ରଖି ଅଧିକ ଶିକ୍ଷକ ଆବଶ୍ୟକତା ଥିଲେ ପୂରଣ କରିବାକୁ ଡିଇଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।
୧୦୦ ଦିନର ପାଠପଢ଼ା ମଧ୍ୟରେ ରବିବାର ମଧ୍ୟ ସ୍କୁଲରେ ପଢ଼ା ହେବ । ସିଲାବସ ୩୦ ପ୍ରତିଶତ ହ୍ରାସ କରାଯାଇଛି । ତେବେ ବର୍ତ୍ତମାନ ପିଲାଙ୍କର କୋଭିଡ ଟେଷ୍ଟ ହେବ କି ନାହିଁ ସେନେଇ ନିଷ୍ପତ୍ତି ହୋଇନି । ସ୍ୱାସ୍ଥ୍ୟ ବିଭାଗ କହିବା ପରେ ଟେଷ୍ଟ କରାଯିବ ବୋଲି ମନ୍ତ୍ରୀ ସମୀର ଦାଶ କହିଛନ୍ତି ।

Leave A Reply

Your email address will not be published.