Latest Odisha News

BREAKING NEWS

ସାରା ଓଡ଼ିଶାରେ ଗାନ୍ଧି ବିଚାରଧାରାର ଜଣେ ମୁଖ୍ୟ ପୁରୋଧା ଥିଲେ ରାଜ କିଶୋର ନାୟକ

ଭୁବନେଶ୍ୱର : ଗାନ୍ଧୀ ଓ ଆଦର୍ଶ  ବିଚାର ସମଗ୍ର ବିଶ୍ୱରେ ଦିନକୁ ଦିନ ଅଧିକ ପ୍ରାସଙ୍ଗିକ ମନେ ହେଉଥିବାବେଳେ ଦୃଢ଼ ରାଜନୈତିକ ଇଚ୍ଛଶକ୍ତିର ଅଭାବ ଯୋଗୁଁ ଭାରତରେ ଏହା ଏପର୍ଯ୍ୟନ୍ତ ଆଶାନୁରୂପ ଭାବେ ବିକଶିତ ହୋଇପାରି ନାହିଁ। ଗାନ୍ଧୀଙ୍କ ସ୍ୱପ୍ନର ଭାରତ କ୍ରମଶଃ ହଜିଯାଇଛି। ଏପରିକି ଦେଶ ସ୍ୱାଧୀନତା ହାସଲ କରିବାର ୭୪ବର୍ଷ ପରେ ମଧ୍ୟ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ସ୍ୱପ୍ନର ରାଜ୍ୟ ଓ ସ୍ୱରାଜ ତଥା ସ୍ୱାଧୀନତା ସଂଗ୍ରାମର ଘୋଷିତ ପ୍ରତିଶ୍ରୁତି ହାସଲ ହୋଇପାରି ନାହିଁ।ରାଜ କିଶୋର ନାୟକଙ୍କ ଏକାଦଶ ଶ୍ରାଦ୍ଧବାର୍ଷିକୀ ଅବସରରେ, ରାଜ କିଶୋର ନାୟକ ଜାତୀୟ ଫାଉଣ୍ଡେସନ ପକ୍ଷରୁ ଆଜି ଆୟୋଜିତ ସିମ୍ପୋଜିୟମରେ ବିଶିଷ୍ଟ ବ୍ୟକ୍ତମାନେ ଏଭଳି ମତବ୍ୟକ୍ତ କରିଛନ୍ତି।

ସେହିପରି ବିଶିଷ୍ଟ ସର୍ବୋଦୟ ନେତ୍ରୀ କ୍ରିଷ୍ଣା ମହାନ୍ତି କହିଥିଲେ ଯେ, ବାଲ୍ୟକାଳରୁ ରାଜକିଶୋର ନାୟକଙ୍କ ଚିନ୍ତା ଓ ଚେତନାରେ ଗାନ୍ଧୀବାଦର ଯେଉଁ ଆରମ୍ଭ ହୋଇଥିଲା ତାହା ତାଙ୍କୁ ପରବର୍ତ୍ତୀ ସମୟରେ ଏକ ସମର୍ପିତ ସଫଳ ସାଧକରେ ପରିଣତ କରିଥିଲା। ବର୍ତ୍ତମାନର ପୀଢି ଗାନ୍ଧୀଜୀଙ୍କ ଠାରୁ ଆରମ୍ଭ କରି ସ୍ୱର୍ଗତ ନାୟକଙ୍କ ପର୍ଯ୍ୟନ୍ତ ସ୍ମରଣୀୟ ବ୍ୟକ୍ତିମାନଙ୍କ ଯଶକିର୍ତ୍ତୀର ଅନୁଶୀଳନ କରି ତାହାକୁ ନିଜ ଉପରେ ପ୍ରୟୋଗ କଲେ ବହୁ ସମସ୍ୟାର ସମାଧାନ ହୋଇପାରିବ ବୋଲି କହିଛନ୍ତି। ରାଜକିଶୋର ନାୟକ କେବଳ ପାଟକୁରା ନୁହେଁ ସାରା ଓଡ଼ିଶାର ଗାନ୍ଧି ବିଚାରଧାରାର ଜଣେ ମୁଖ୍ୟ ପୁରୋଧା ଥିଲେ ବୋଲି ବିଶିଷ୍ଟ କଥାକାର ବିଭୁତି ପଟ୍ଟନାୟକଙ୍କ କହିଥିଲେ। ଯୁବା ଅବସ୍ଥାରୁ ହିଁ ସେ ସମାଜସେବା କ୍ଷେତ୍ରରେ ଲିପ୍ତ ଥିଲେ।

Leave A Reply

Your email address will not be published.