Latest Odisha News

BREAKING NEWS

ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା: ପ୍ରଥମ ଦିନରେ କେନ୍ଦ୍ର ବୁଲି ଦେଖିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ସକାଳ ୮ଟାରୁ କଡା ସୁରକ୍ଷା ମଧ୍ୟରେ ଆରମ୍ଭ ହୋଇଯାଇଛି ଦଶମ ଶ୍ରେଣୀ ପରୀକ୍ଷା । ପ୍ରଥମ ଦିନରେ  ରହିଛି ମାତୃଭାଷା ସାହିତ୍ୟ ପରୀକ୍ଷା  । ପ୍ରଥମ ଦିନ   ପରୀକ୍ଷାର୍ଥୀ ଘଣ୍ଟାଏ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ।   ୧୦ ଟାରେ ଶେଷ ହୋଇଛି ପରୀକ୍ଷା । ଆଜି ମୋଟ୍ ୩୨୧୮ଟି ପରୀକ୍ଷା କେନ୍ଦ୍ରରେ  ୫ ଲକ୍ଷ ୪୧ ହଜାର ୨୪୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି ।  ଏଥିରେ ରହିଛି ୩୧୬ଟି ନୋଡାଲ କେନ୍ଦ୍ର  ।

ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ରକୁ କେବଳ ଆଡମିଟ କାର୍ଡ, ପେନ, ପେନସିଲ ଓ ଜ୍ୟାମିତି ବାକ୍ସ ନେଇ ଯାଇଥିଲେ । ପରୀକ୍ଷା ଗାଇଡ ଲାଇନ ଅନୁଯାୟୀ,  ପରୀକ୍ଷା ସମୟରେ ଡ୍ୟୁଟିରେ ପଡିଥିବା ଶିକ୍ଷକ ଏବଂ ଶିକ୍ଷୟତ୍ରୀ ମାନେ ମୋବାଇଲ ବନ୍ଦ ରଖିବେ । ମାର୍ଚ୍ଚ ୧୭ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବ । ମଧ୍ୟମା ଓ ଓପନ ସ୍କୁଲ ପରୀକ୍ଷା ମଧ୍ୟ ଏହି ସମୟ ମଧ୍ୟରେ ହେବ ।

ଅନ୍ୟପକ୍ଷେ ପରୀକ୍ଷା ଆରମ୍ଭ ହେବା ପରେ   ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ ରାଜଧାନୀର ସୟଦ ମମତାଜ ଅଲି ହାଇସ୍କୁଲ(ଡୁମଡୁମା) ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଛନ୍ତି। ପରୀକ୍ଷାର ବ୍ୟବସ୍ଥା ନେଇ ସେ ସନ୍ତୋଷ ପ୍ରକାଶ କରିଛନ୍ତି । ଏହା ପରେ ସେ ଗଣମାଧ୍ୟମକୁ କହିଛନ୍ତି,  ପିଲାମାନେ ୭ଟା ୪୫ରେ ପ୍ରଶ୍ନପତ୍ର ପାଇଛନ୍ତି। ପରୀକ୍ଷା ଠିକ ସମୟରେ ଆରମ୍ଭ ହୋଇଛି।   ପିଲାମାନେ ନିଶ୍ଚିତ ଭାବେ ଭଲ କରିବେ।  ଯଦି କେହି    ଅସମାଜିକ ବ୍ୟକ୍ତି ପରୀକ୍ଷାରେ ଅବ୍ୟବସ୍ଥା ସୃଷ୍ଟି ହେବା ପରି କାମ କରନ୍ତି ତେବେ  ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏ ବାବଦରେ ପୂର୍ବରୁ ସାଇବର ଥାନାରେ ମଧ୍ୟ ଆଲୋଚନା ହୋଇଛି।  ମିଛ ପ୍ରଶ୍ନ ପତ୍ର ଭାଇରାଲ  କେବଳ ଉଦେଶ୍ୟମୂଳକ ଭାବେ କରାଯାଉଛି।   ପରୀକ୍ଷା ଫଳ ଚଳିତ ବର୍ଷ ଭଲ ଆସିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

 

 

Leave A Reply

Your email address will not be published.