Latest Odisha News

ପାକିସ୍ତାନର ବଢିଲା ଟେନସନ୍: ଯୁଦ୍ଧ ଭୟରେ ପାକ୍‌ ସେନାରେ ଗଣ ଇସ୍ତଫା

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପରେ ପାକିସ୍ତାନୀ ସେନାର କାର୍ଯ୍ୟକଳାପ ବୃଦ୍ଧି ପାଇଛି। ଭାରତ ଯୁଦ୍ଧ ଧମକ ଦେଇବା ପରେ ପାକିସ୍ତାନୀ ସେନା କର୍ମଚାରୀଙ୍କ ସାମୂହିକ ଇସ୍ତଫା ସାମ୍ନାକୁ ଆସିଛି। ପାକିସ୍ତାନୀ ସେନା ଅଫିସର ଓ ସୈନ୍ୟମାନଙ୍କୁ ଭାରତ ଆକ୍ରମଣ କରିବାର ଭୟ ଘାରିଛି। ଫଳରେ ସେମାନେ ଭୟଭୀତ ହୋଇ ସେନାରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, କିଛି ଅଫିସର ଓ ସୈନ୍ୟ ନିଜର ସୀମାନ୍ତ ପୋଷ୍ଟ ଛାଡି ପଳାଇଛନ୍ତି। ପାକିସ୍ତାନୀ ସେନା ପକ୍ଷରୁ ଅଫିସର ଓ ସୈନ୍ୟଙ୍କ ଉଦ୍ଦେଶ୍ୟରେ ଜାରି କରାଯାଇଥିବା ଏକ ଚିଠିରୁ ଏକଥା ସ୍ପଷ୍ଟ ଭାବେ ଜଣାପଡିଛି। ପାକିସ୍ତାନୀ ସେନାର ୫୦୦ ସୈନିକ ସେମାନଙ୍କର ସାମୂହିକ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଗତ ଦୁଇଦିନ ଭିତରେ ପାକିସ୍ତାନ ସେନାର ୨୫୦ ଜଣ ଅଫିସର ଓ ୪,୫୦୦ ସୈନ୍ୟ ଇସ୍ତଫା ଦେଇଛନ୍ତି।

ପାକିସ୍ତାନର ପଶ୍ଚିମ ସୀମାରେ ମୁତୟନ ୧୨ତମ କର୍ପସର ୨୦୦ ଅଫିସର ଓ ୬୦୦ ସୈନ୍ୟ ନିଜ ପୋଷ୍ଟ ଛାଡି ପଳାଇଛନ୍ତି। ନଦର୍ଣ୍ଣ କମାଣ୍ଡ ଅଧୀନରେ କାର୍ଯ୍ୟରତ ୧୦୦ ଅଫିସର ଓ ୫୦୦ ସୈନ୍ୟ ଇସ୍ତଫା ଦେଇଛନ୍ତି। ସେହିଭଳି ନିୟନ୍ତ୍ରଣ ରେଖା (ଏଲ୍‌ଓସି)ରେ ମୁତୟନ ହୋଇଥିବା ମଙ୍ଗଳା କର୍ପସର ୭୫ ଜଣ ଅଫିସର ଓ ୫୦୦ରୁ ଅଧିକ ସୈନ୍ୟ ନିଜ ପଦବି ଛାଡି ପଳାଇଛନ୍ତି। ଏହି ଘଟଣା ପରେ ପାକିସ୍ତାନ ସେନା ପକ୍ଷରୁ ସବୁ ଅଫିସର ଓ ସୈନ୍ୟମାନଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଲେଖାଯାଇଛି। ସେଥିରେ ସେମାନଙ୍କୁ ଭୟଭୀତ ନ ହେବା ଲାଗି ପରାମର୍ଶ ଦିଆଯାଇଛି। ତେବେ ଭାରତକୁ ନେଇ ସେନାରେ ଲାଗି ରହିଥିବା ଭୟ ଓ ସୈନ୍ୟମାନଙ୍କ ଗଣଇସ୍ତଫା ଘଟଣାକୁ ନେଇ ପାକିସ୍ତାନର କିଛି ପ୍ରତିରକ୍ଷା ବିଶେଷଜ୍ଞ ଏବଂ ପୂର୍ବତନ ସେନା ଅଫିସର ବର୍ତ୍ତମାନର ସେନାମୁଖ୍ୟ ଜେନେରାଲ ଅସିମ ମୁନିରଙ୍କୁ ଦାୟୀ କରିଛନ୍ତି ।

Comments are closed.