Latest Odisha News

ଜାଣନ୍ତୁ, ଝାଡ଼ଖଣ୍ଡ ୪ର୍ଥ ପର୍ଯ୍ୟାୟ ନିର୍ବାଚନରେ କେଉଁ ୧୫ଟି ଆସନରେ ଚାଲିଛି ମତଦାନ…

ଋାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ଲାଗି ସୋମବାର ଦିନ ୧୫ଟି ଆସନରେ ଆରମ୍ଭ ହୋଇଛି ଭୋଟଗ୍ରହଣ । ଏହି ୧୫ଟି ଆସନରେ ସକାଳ ୭ଟାଠାରୁ ଶାନ୍ତି ଶୃଙ୍ଖଳାର ସହିତ ଚାଲିଛି ମତଦାନ ।

ରାଜ୍ୟ ବିଧାନସଭା ଲାଗି ୫ଟି ପର୍ଯ୍ୟାୟରେ ଭୋଟଗ୍ରହଣ ଅନୁଷ୍ଠିତ ହେଉଥିବା ବେଳେ ଆଜି ହେଉଛି ୪ର୍ଥ ପର୍ଯ୍ୟାୟ ନିର୍ବାଚନ । ପୂର୍ବରୁ ନଭେମ୍ବର ୩୦, ଡ଼ିସମ୍ବର ୭ ଏବଂ ଡ଼ିସେମ୍ବର ୧୨ ତାରିଖରେ ୩ଟି ପର୍ଯ୍ୟାୟର ଭୋଟଗ୍ରହଣ ସରିଛି । ଆସନ୍ତା ୨୦ ତାରିଖରେ ୫ମ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହୋଇ ଡ଼ିସେମ୍ବର ୨୩ ତାରିଖରେ ମତଗଣନା ହେବାର କାର୍ଯ୍ୟକ୍ରମ ରହିଛି ।

ଆଜି ଝାଡ଼ଖଣ୍ଡର ଯେଉଁ ୧୫ଟି ଆସନରେ ନିର୍ବାଚନ ହେଉଛି ସେହି ଆସନ ଗୁଡ଼ିକ ହେଲା – ସିନ୍ଦରି, ନିରସା, ଧାନବାଦ, ଝରିଆ, ତୁଣ୍ଡି, ବାଘମରା, ବୋକାରୋ, ଚନ୍ଦନକିଆରୀ, ମଧୁପୁର, ଦେଓଘର, ବାଗୋଦର, ଜାମୁଆ, ଗଣ୍ଡେ, ଗିରିଧ ଏବଂ ଦୁମରୀ ନିର୍ବାଚନ ମଣ୍ଡଳୀ ।

ଏହି ୪ର୍ଥ ପର୍ଯ୍ୟାୟ ନିର୍ବାଚନରେ ସମୁଦାୟ ୪୭,୮୫, ୦୦୯ ଜଣ ଭୋଟର ରହିଛନ୍ତି ବୋଲି ଝାଡ଼ଖଣ୍ଡ ମୁଖ୍ୟ ନିର୍ବାଚନ ଅଧିକାରୀ ବିନୟ କୁମାର ଚୌବେ ସୂଚନା ପ୍ରଦାନ କରିଛନ୍ତି ।

ଏହି ନିର୍ବାଚନରେ ମୋଟ ୨୨୧ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବା ବେଳେ ସେଥିରେ ରହିଛନ୍ତି ୨୩ ଜଣ ମହିଳା ପ୍ରାର୍ଥୀ ।

Leave A Reply

Your email address will not be published.