Latest Odisha News

BREAKING NEWS

Blast in Pakistan: ପାକିସ୍ତାନରେ ବଡ଼ଧରଣର ବିସ୍ଫୋରଣ: ୧୫ରୁ ଅଧିକ ମୃତ, ଅନେକ ଗୁରୁତର

ଇସଲାମାବାଦ: ପୁଣି ଭୟଙ୍କର ବିସ୍ଫୋରଣରେ ଥରିଲା ପାକିସ୍ତାନ । ଏକ କାରଖାନାରେ ବଡ ଧରଣର ବିସ୍ଫୋରଣ କାରଣରୁ ପ୍ରାୟ ୧୫ରୁ ଅଧିକ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ପାକ୍ ମିଡିଆ ଡନ୍ ର ରିପୋର୍ଟ ଅନୁସାରେ, ପାକିସ୍ତାନ ପଞ୍ଜାବର ଫୈସଲାବାଦରେ ଥିବା ଏକ କାରଖାନାରେ ଗ୍ୟାସ୍ ଲିକ୍ ହୋଇ ବଡ ଧରଣ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଏତେ ଭୟାନକ ଥିଲା ଯେ କୋଠା ଭୁଶୁଡ଼ି ପଡ଼ିଛି । ୧୫ ରୁ ଅଧିକ ଜଣଙ୍କର ମୃତ୍ୟୁ ଘଟିଛି । ଏବେବି ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି ।

ଏହା ପୂର୍ବରୁ ନଭେମ୍ବର ୧୧ ତାରିଖରେ ପାକିସ୍ତାନର ଇସଲାମାବାଦରେ ହାଇକୋର୍ଟ ନିକଟରେ ଏକ କାର୍ ବିସ୍ଫୋରଣ ହୋଇଥିଲା । ଘଟଣାରେ ୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ, ୧୨ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଥିଲା । ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା ଯେ ଆକ୍ରମଣକାରୀ ଭିଡ଼ ସମୟରେ ମୁଖ୍ୟ ପ୍ରବେଶ ଦ୍ୱାର ନିକଟରେ ବିସ୍ଫୋରକ ଜ୍ୟାକେଟରେ ବିସ୍ଫୋରଣ କରିଥିଲା ।

Comments are closed.