Latest Odisha News

BREAKING NEWS

ମଶା ଅଣ୍ଡା ଦେବାର ଭିଡ଼ିଓ ଭାଇରାଲ, ଲୋକେ ଦେଖି ଆଶ୍ଚର୍ଯ୍ୟ

ବର୍ଷା ଅନେକ ରୋଗ ଆଣିଥାଏ । ବିଶେଷକରି ଏହି ଋତୁରେ ଅନେକ କୀଟପତଙ୍ଗ ବାହାରିଥାନ୍ତି । ଏହି ଋତୁ ମଶାଙ୍କ ପାଇଁ ସର୍ବୋତ୍ତମ । ଏଥିରେ ସେମାନେ ଭୟଙ୍କର ପ୍ରଜନନ କରନ୍ତି ଏବଂ ରୋଗ ବିସ୍ତାର କରନ୍ତି । ଡେଙ୍ଗୁ ମଶା ବର୍ଷା ପାଣିରେ ପ୍ରଜନନ କରି ଲୋକଙ୍କୁ ଅସୁସ୍ଥ କରିଦିଏ । ତେଣୁ କରି ବର୍ଷା ଦିନରେ ଘରର ଚାରିପଟେ ପାଣି ଜମିବାକୁ ନ ଦେବଳକୁ ସଚେତନ କରାଯାଇଥାଏ । ତଥାପି ମଶାଙ୍କ ପ୍ରାର୍ଦୁଭାବ ବଢିଥାଏ । ଏବେ ସୋସିଆଲ ମିଡିଆରେ ମଶାକୁ ନେଇ ଏମିତି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି , ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଭାଇରାଲ ଭିଡ଼ିଓରେ ଗୋଟେ ମଶା ଅଣ୍ଡା ଦେଉଥିବାର ଦେଖିବାକୁ ମିଳିଛି । ମଶା ଯେପରି ଅଣ୍ଡା ଦେଉଛନ୍ତି ଦେଖିବା ପରେ ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପ୍ରଥମତଃ ଏହି ମଶାମାନେ ବହୁତ ଛୋଟ । ଏଭଳି ପରିସ୍ଥିତିରେ ସେମାନଙ୍କର ଅଣ୍ଡା ଖାଲି ଆଖିରେ ମଧ୍ୟ ଦେଖାଯାଏ ନାହିଁ । ଏହି ଅଣ୍ଡାଗୁଡ଼ିକ ଦେଖିବାକୁ ପୁରା ଧଳା ଓ ବୁଲେଟ୍ ବେଗରେ ଅଣ୍ଡା ଦେଉଥିବା ନଜର ଆସିଥିଲେ । ସେ ଏକ ପତ୍ର ଉପରେ ଗୋଟିଏ ପରେ ଗୋଟିଏ କରି ଅନେକ ଅଣ୍ଡା ଦେଉଥିଲେ । ଯେତେବେଳେ ଏକ କ୍ୟାମେରାରେ ଏହି ମୁହୂର୍ତ୍ତ ରେକର୍ଡ ହେଲା, ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ଏହା ଦେଖିବାକୁ ଏକ ଚମତ୍କାର ଦୃଶ୍ୟ ଭଳି ମନେ ହେଉଥିଲା ।

ଏହି ଭିଡିଓ ଦେଖିବା ପରେ ଅନେକ ଲୋକ ଲେଖିଥିଲେ ଯେ ସେମାନଙ୍କୁ ଜନ୍ମ ହେବାକୁ ଦିଆଯିବା ଉଚିତ୍ ନୁହେଁ । ମଶା କୌଣସି ଦିଗରୁ ମଣିଷ ପାଇଁ ଲାଭଦାୟକ ନୁହେଁ । ସେମାନେ କେବଳ ରୋଗ ବିସ୍ତାର କରନ୍ତି । ଅନେକ କହିଥିଲେ ଯେ ଆଜି ପୂର୍ବରୁ ସେମାନେ ଏପରି କିଛି ଦେଖି ନ ଥିଲେ । ଏହି ଦୃଶ୍ୟ ତାଙ୍କ ପାଇଁ ଅତ୍ୟନ୍ତ ଅନନ୍ୟ ଥିଲା ।

Comments are closed.