Latest Odisha News

BREAKING NEWS

‘ରକି ଔର ରାନୀ କି ପ୍ରେମକାହାନୀ’ରେ ଶବାନାଙ୍କୁ ଚୁମ୍ବନ ଦେଇ ଚର୍ଚ୍ଚାରେ ଅଭିନେତା ଧର୍ମେନ୍ଦ୍ର

ମୁମ୍ବାଇ: ଗତ ଶୁକ୍ରବାର ରିଲିଜ୍ ହୋଇଛି ଫିଲ୍ମ ‘ରକି ଔର ରାନୀ କି ପ୍ରେମକାହାନୀ’ । ଏଚର୍ଚ୍ଚାରେ ବଲିଉଡ ଅଭିନେତା ଧର୍ମେନ୍ଦ୍ର । ଅଭିନେତା ରଣବୀର ସିଂହ ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଏହି ଫିଲ୍ମକୁ ଦର୍ଶକ ଖୁବ୍ ପସନ୍ଦ କରୁଛନ୍ତିି । ଏହି ଫିଲ୍ମର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ଅଭିନେତ୍ରୀ ଶବାନା ଆଜମୀଙ୍କୁ ଚୁମ୍ବନ ଦେଇ ଚର୍ଚ୍ଚାରେ ରହିଛନ୍ତି । ପ୍ରାୟ ୧୬ବର୍ଷ ପରେ ପରଦାରେ ଧର୍ମେନ୍ଦ୍ରଙ୍କୁ ଏଭଳି ଦୃଶ୍ୟ କରୁଥିବାର ଦେଖିବାକୁ ମିଳିଛି । ଏହି ଦୃଶ୍ୟକୁ କିଛି ଲୋକ ପସନ୍ଦ କରିଥିବା ବେଳେ ଆଉ କିଛି ନାପସନ୍ଦ କରିଛନ୍ତି । ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ପ୍ରତିକ୍ରିୟା ରଖିଛନ୍ତି ।

୮୭ ବର୍ଷୀୟ ଧର୍ମେନ୍ଦ୍ର କହିଛନ୍ତି ଯେ, ‘ରକି ଔର ରାନୀ କି ପ୍ରେମକାହାନୀ’ ଫିଲ୍ମରେ ଶବାନା ଏବଂ ମୋର ଚୁମ୍ବନ ଦୃଶ୍ୟ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଛି ବୋଲି ମୁଁ ଶୁଣିବାକୁ ପାଇଛି । ଲୋକମାନେ ଏଭଳି କିଛି ଦୃଶ୍ୟ ଆଶା କରୁ ନ ଥିବା ମୁଁ ଭାବୁଛିି । ଶେଷ ଥର ପାଇଁ ମୁଁ ନଫିସା ଅଲିଙ୍କ ସହ ଲାଇଫ୍ ଇନ୍ ମେଟ୍ରୋରେ ଏକ ଚୁମ୍ବନ ଦୃଶ୍ୟ କରିଥିଲି । ସେ ସମୟରେ ଲୋକମାନେ ଏହାକୁ ପ୍ରଶଂସା କରିଥିଲେ । ଯେତେବେଳେ କରଣ ମୋତେ ଏହି ଦୃଶ୍ୟ ବିଷୟରେ କହିଥିଲେ ସେତେବେଳେ ମୁଁ ରାଜି ହୋଇଥିଲି । କାରଣ ଫିଲ୍ମର କାହାଣୀ ପାଇଁ ଏହା ଜରୁରୀ ଥିଲା । ରୋମାନ୍ସ ପାଇଁ କୌଣସି ବୟସ ନ ଥାଏ ବୋଲି ମୁଁ ଭାବେ । ଧର୍ମେନ୍ଦ୍ର ଏହି ଫିଲ୍ମରେ ରଣବୀରଙ୍କ ଜେଜେ ଭୂମିକାରେ ନଜର ଆସୁଛନ୍ତି । ଜୟା ବଚ୍ଚନ ତାଙ୍କ ସ୍ତ୍ରୀ ଭୂମିକାରେ ଅଭିନୟ କରିଛନ୍ତି ।

Leave A Reply

Your email address will not be published.