Latest Odisha News

BREAKING NEWS

ହଲିଉଡ଼ କଳାକାରଙ୍କ ଆନ୍ଦୋଳନ ଯୋଗୁ ସ୍ଥଗିତ ହେଲା ଏମି ଆୱାର୍ଡ

ମୁମ୍ବାଇ: ଦୀର୍ଘଦିନ ହେଲାଣି ହଲିଉଡରେ ଲେଖକ ଏବଂ ଅଭିନେତାମାନେ ଆନ୍ଦୋଳନ ଚଳାଇଛନ୍ତି । ସମଗ୍ର ହଲିଉଡ଼ର ଫିଲ୍ମ ଓ ଟେଲିଭିଜନ ଶିଳ୍ପ ବ୍ୟବସାୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ଏହି ଆନ୍ଦୋଳନ ଯୋଗୁ ଏବେ ଟିଭି ଜଗତର ସବୁଠାରୁ ଲୋକପ୍ରିୟ ଏମି ଆୱାର୍ଡ଼ କାର୍ଯ୍ୟକ୍ରମ ବେଶ୍ ପ୍ରଭାବିତ କରିଛି । ଏହି କାର୍ଯ୍ୟକ୍ରମକୁ ୨୦୨୪ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ଟିଭି ଏବଂ ୱେବ ସିରିଜ ଦୁନିଆର ସବୁଠାରୁ ସମ୍ମାନଜନକ ପୁରସ୍କାର ମଧ୍ୟରୁ ଏମି ଅନ୍ୟତମ ।

ଦୀର୍ଘଦିନ ହେଲା ହଲିଉଡ଼ ପାଇଁ ଲେଖୁଥିବା ଲେଖକମାନେ ବିଭିନ୍ନ ଦାବି ନେଇ ଆନ୍ଦୋଳନ ଚଳାଇଛନ୍ତି । ଏହାର ଚୂଡ଼ାନ୍ତ ପର୍ଯ୍ୟାୟ ଆଲୋଚନା ବିଫଳ ହେବାରୁ ଲେଖକମାନଙ୍କ ସହିତ ମିଶି କଳାକାରମାନେ ଧର୍ମଘଟ ଆରମ୍ଭ କରିଛନ୍ତି । ଦୀର୍ଘ ୬୩ ବର୍ଷ ପରେ ହଲିଉଡ୍‌ରେ ପ୍ରାୟ ସମସ୍ତ ଫିଲ୍ମ ଓ ଟେଲିଭିଜନ୍ ପ୍ରସାରଣ ପାଇଁ ଉଦ୍ଦିଷ୍ଟ ନିର୍ମାଣ କାର୍ଯ୍ୟ ବନ୍ଦ ହୋଇଯାଇଛି । ଏହି ଆନ୍ଦୋଳନ ଯୋଗୁଁ ଅନେକ ବଡ ଫିଲ୍ମ ମଧ୍ୟ ଅଟକି ଯାଇଛି । ଆସନ୍ତା ସେପ୍ଟେମ୍ବର ୨୮ ତାରିଖରେ ଏହି ଏମି ଆୱାର୍ଡ଼ ୨୦୨୩ ପ୍ରଦାନ କରାଯିବାର ଥିଲା । ମୁଭି ଏବଂ ଟିଭି ଶୋ’ର ଉତ୍ପାଦନ ବନ୍ଦ ହୋଇଯିବା ପରେ ଏମି ପୁରସ୍କାର ଭଳି ପ୍ରମୁଖ ଆୱାର୍ଡ଼ ମଧ୍ୟ ଏହାଦ୍ୱାରା ପ୍ରଭାବିତ ହେବ ବୋଲି ଅନୁମାନ କରାଯାଉଥିଲା ।

ପାରିଶ୍ରମିକ ମିଳିବାରେ ଅନିୟମିତା ଓ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍‌ସ୍ ଯୋଗୁଁ ସୃଷ୍ଟି ହୋଇଥିବା ପେସାଗତ ବିପଦ ସଂକ୍ରାନ୍ତରେ କଳାକାରମାନେ ବୁଝାମଣା କରିବାକୁ ଦାବି କରିଛନ୍ତି ।

Leave A Reply

Your email address will not be published.