ଲକ୍ଷ୍ନୌ: ଉତ୍ତରପ୍ରଦେଶ ଫାରୁଖାବାଦରେ ଅଘଟଣ । ଏକ କୋଚିଂ ସେଣ୍ଟରରେ ବଡ଼ ଧରଣର ବିସ୍ଫୋରଣ ଘଟି ୧୦ ଜଣ ଛାତ୍ର ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣାରେ କୋଚିଂ ସେଣ୍ଟର ସମ୍ପୂର୍ଣ୍ଣଭାବେ ଭୁଶୁଡ଼ି ପଡ଼ିଛି ।
କିଛି ଛାତ୍ରଙ୍କ ଶରୀରରୁ ମାଂସ ଖଣ୍ଡ ପଡ଼ିଥିବା ବେଳେ, ସେମାନଙ୍କୁ ତୁରନ୍ତ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଏହା ଏକ କିଲୋମିଟର ଦୂର ପର୍ଯ୍ୟନ୍ତ ଅନେକ ଘରକୁ ଥରାଇ ଦେଇଥିଲା ।
ସୂଚନା ପାଇବା ପରେ, ଫତେଗଡ଼ ଏବଂ କାଦରୀ ଗେଟ୍ ଥାନା ପୋଲିସ ସହିତ ଦୁଇଟି ଅଗ୍ନିଶମ ବାହିନୀ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲେ । କୋଚିଂ ସେଣ୍ଟରର ଜଣେ ଶିକ୍ଷକଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ପୋଲିସ ।
Comments are closed.