Latest Odisha News

ଆୟତ୍ତ ହେଲା ଆପାର୍ଟମେଣ୍ଟ ନିଆଁ, ଉଦ୍ଧାର ହେଲେ ଫସିରହିଥିବା ଅନ୍ତେବାସୀ

ଭୁବନେଶ୍ବର: ଦୀର୍ଘ ସମୟ ପରେ ଆପାର୍ଟମେଣ୍ଟ ନିଆଁଙ୍କୁ ଆୟତ୍ତ କଲା ଅଗ୍ନିଶମ ବିଭାଗ । ଜଣ ଜଣ କରି ଫସିରହିଥିବା ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରି ବାହାରକୁ ଆଣାଗଲା ।

ସୂଚନାଯୋଗ୍ୟ, ଭୁବନେଶ୍ବର ପଟିଆ ଛକ ନିକଟ ଏକ ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି। ପଟିଆ ଛକ ନିକଟରେ ଥିବା କେ.କେ ପ୍ଲାଜା ନାମକ ଆପାର୍ଟମେଣ୍ଟର ଅଷ୍ଟମ ମହଲାରେ ଥିବା ୫୦୮ ନଂ ଫ୍ଲାଟରୁ ସକାଳୁ ସକାଳୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। କିଛି ସମୟ ପରେ ଏହା ଚାରିଆଡକୁ ବ୍ୟାପିଯାଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା ଆରମ୍ଭ କରିଥିଲେ ମଧ୍ୟ ନିଆଁ ଏତେ ଅଧିକ ବ୍ୟାପିଥିଲା ଯେ ଏହା ଆୟତ୍ତକୁ ଆସିପାରିନଥିଲା । ଦୀର୍ଘ ସମୟ ଧରି ଅଗ୍ନିବାହୀନିର ପ୍ରୟାସ ପରେ ଶେଷରେ ନିଆଁ ଲିଭାଇବାରେ ସଫଳ ହୋଇଛନ୍ତି ।

ତେବେ ଉକ୍ତ ଫ୍ଲାଟଟି ଦୀର୍ଘ ଦିନ ହେଲା ତାଲା ପଡ଼ିଥିବାରୁ ସର୍ଟ ସର୍କିଟରୁ ଏଭଳି ଭୟାଭୟ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି। ସବୁଠୁ ଆଶ୍ବସ୍ତିକର କଥା ହେଉଛି ଏଥିରେ କେହି ଆହତ ହୋଇ ନ ଥିବା ଜଣାପଡିଛି। ଧୂଆଁ ଖେଳିଯିବା ପରେ ଅନ୍ତେବାସୀମାନେ ସଙ୍ଗେ ସଙ୍ଗେ ଆପାର୍ଟମେଣ୍ଟ ବାହାରକୁ ଦୌଡି ପଳାଇଆସିଥିଲେ । ଅନ୍ୟପଟେ ଯେଉଁ ଅନ୍ତେବାସୀ ଆପାର୍ଟମେଣ୍ଟରେ ଫସିରହିଥିଲେ ସେମାନଙ୍କୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଛି। ଚାରିଆଡ଼େ ଧୂଆଁ ଖେଳି ଯାଇଥିବାରୁ କିଛି ଲୋକ ଅଣନିଶ୍ୱାସୀ ଅନୁଭବ କରୁଥିବା ବେଳେ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ଦିଆଯାଇଛି । ତେବେ କେହି ମେଡିକାଲରେ ଭର୍ତ୍ତି ହୋଇ ନଥିବା ସୂଚନା ମିଳିଛି ।

Leave A Reply

Your email address will not be published.