Latest Odisha News

BREAKING NEWS

ଭୟାବହ ଅଗ୍ନିକାଣ୍ଡ; ପୋଡିଗଲା ୧୫ ଘର

ଶିମ୍‌ଲା: ହିମାଚଳ ପ୍ରଦେଶର କୁଲୁ ଉପତ୍ୟକାରେ ଆଲେକ୍ସଜାଣ୍ଡାର୍ ଦି ଗ୍ରେଟ୍‌ କିମ୍ବଦନ୍ତୀ ସମୟରୁ ଜନବସତି ସ୍ଥାପନ ହୋଇଥିବା ଏହି  ପ୍ରାଚୀନ ହିମାଳୟ ଗାଁ ମଲାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ଅତି କମରେ ୧୫ ଟି କାଠ ଘର ପୋଡି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି। ଯଦିଓ ଏଥିରେ କୌଣସି ଜୀବନ ହାନି ହୋଇନଥିବା ପୋଲିସ କହିଛି।

ରାତି ପ୍ରାୟ ୧.୩୦ ରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ବୁଧବାର ସକାଳେ ଅଗ୍ନିଶମ ବିଭାଗ ଦ୍ୱାରା ନିଆଁକୁ ଆୟତ୍ତ କରାଯାଇଥିବା ସୂଚନା ମିଳିଛି। ପ୍ରାୟ ୨,୩୫୦ ଜନସଂଖ୍ୟା ବିଶିଷ୍ଟ କୁଲୁ ଜିଲ୍ଲାର ଅନ୍ୟତମ ବୃହତ୍ତମ ଗ୍ରାମ ମଧ୍ୟରୁ ମଲାନା ଅନ୍ୟତମ।

Leave A Reply

Your email address will not be published.