Latest Odisha News

BREAKING NEWS

[ ଭିଡିଓ ] ଯାଜପୁରରେ ହାତୀ ଆତଙ୍କ ,ଜଣେ ଗୁରୁତର

ଯାଜପୁର : ଯାଜପୁରରେ ହାତୀ ଆତଙ୍କ । ଗାଁ ଲୋକ ଛାନିଆ । ଗତ କିଛି ଦିନ ଧରି ବଡଚଣା ଓ କଟକ ସାଲେପୁର ଅଞ୍ଚଳରେ ଆତଙ୍କ ଖେଳାଇଥିବା ହାତୀ ଯାଜପୁରରେ ଆତଙ୍କ ଜାରି ରଖିଛି।ହାତୀ ଆକ୍ରମଣରେ ଗୁରୁତର ହୋଇ ଜଣେ ବ୍ୟକ୍ତି ଏବେ ଯାଜପୁର ମୁଖ୍ୟ ଡାକ୍ତର ଖାନାରେ ଭର୍ତି ହୋଇଛନ୍ତି । ଗୁରୁତର ବ୍ୟକ୍ତି ଜଣକ ହେଉଛନ୍ତି ବ୍ରହ୍ମବରଦା ଅଞ୍ଚଳର ନିତ୍ୟାନନ୍ଦ ଗିରି।ତାଙ୍କୁ ମହିମା ଛକ ନିକଟରେ ହାତୀ ଆକ୍ରମଣ କରିଥିଲା।ଡାଳିଜୋଡା ଫରେଷ୍ଟେ ରେଞ୍ଜ ଅଞ୍ଚଳରେ ଚଲାବୁଲା କରୁଥିବା ହାତୀଟି ରସୁଲଗଡ଼ ବ୍ଲକ ଅଞ୍ଚଳ ଚାଲିଆସିଥିବା ଅନୁମାନ କରାଯାଉଛି।

ଯାହାର ଭିଡିଓ ସିସିଟିଭି କ୍ୟାମେରାରେ କଏଦ ହୋଇଛି।ଏହି ହାତୀକୁ ଘଉଡାଇବା ପାଇଁ ବିଭିନ୍ନ ରେଞ୍ଜର ବନ କର୍ମଚାରୀ ଏଠାରେ ଡେରାପକାଇବା ସହ ଲୋକମାନଙ୍କୁ ସଚେତନ କରୁଛନ୍ତି। ତେବେ ଆଜି ଭୋରରୁ ପୁଣି ନୁଣୁପୁର ଗାଁରେ ହାତୀ ଧାନକିଆରିରେ ବୁଲୁଥିବା ଲୋକମାନେ ଦେଖିଥିଲେ। ପରେ ହାତୀଟି ଆଖୁକିଆରି ଭିତରକୁ ପଶିଯାଇଥିଲା।ଗାଁ ରେ ହାତୀ ଆତଙ୍କଜାରି ରହିଥିବାରୁ ଗାଁ ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି।ହାତୀ ଘଉଡାଇବା ପାଇଁ ବନ ବିଭାଗ ସ୍ୱତନ୍ତ୍ର ବ୍ୟବସ୍ଥା କରୁ ବୋଲି ଗାଁ ଲୋକ ଦାବି କରିଛନ୍ତି।

Leave A Reply

Your email address will not be published.