Latest Odisha News

ଭୋଜି ସାରି ଫେରିବା ବେଳେ ବୋଲେରୋ ଚକା ତଳେ ଚାଲିଗଲା ୨ ସାଙ୍ଗଙ୍କ ଜୀବନ

କାମାକ୍ଷାନଗର: ଭୋଜି କରିବାକୁ ସାଙ୍ଗ ସାଥୀଙ୍କ ସହ ହସଖୁସିରେ ଯାଇଥିଲେ । ହେଲେ ଫେରିବା ବେଳେ ଖେଳିଗଲା ଶୋକର ଛାୟା । ଚାହୁଁ ଚାହୁଁ ଚାରି ଚକିଆ ତଳେ ଚାଲିଗଲା ଜୀବନ । ଏଭଳି ଅଘଟଣ ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ୫୩ ନମ୍ବର ଜାତୀୟ ରାଜପଥର ସୁରପ୍ରତାପପୁର ଗାଁ ବନଦୁର୍ଗା ମନ୍ଦିର ନିକଟରେ ।

ମୃତ ଛାତ୍ର ଦୁଇ ଜଣ ହେଲେ ସୁରପ୍ରତାପପୁର ଗାଁର ଛାତ୍ର ପୃଥ୍ୱୀରାଜ ସାହୁ ଓ ସୌମ୍ୟରଞ୍ଜନ କାଣ୍ଡି । ମାଟ୍ରିକ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ପରେ ୩୦ ଜଣ ଛାତ୍ର ଏକାଠି ମିଶି ଭୋଜି କରିବାକୁ ଯାଇଥିଲେ । ଭୋଜି ସାରି ଦୁଇ ଛାତ୍ର ରାସ୍ତା କଡ଼ରେ ଛିଡା ହୋଇଥିବା ବେଳେ ଦ୍ରୁତ ଗତିରେ ଆସି ଏକ ବୋଲେରୋ ସେମାନଙ୍କୁ ଧକ୍କା ଦେଇଥିଲା ।

ଗୁରୁତର ଅବସ୍ଥାରେ ଉଭୟଙ୍କୁ ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଦୁଇ ଛାତ୍ରଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିବା ବେଳେ ପୋଲିସ ତଦନ୍ତ କରୁଛି ।

Leave A Reply

Your email address will not be published.