Latest Odisha News

ବାଂଲାଦେଶ ରୋହିଙ୍ଗ୍ୟା କ୍ୟାମ୍ପ ଆକ୍ରମଣରେ ପ୍ରାଣ ହରାଇଲେ ୭ଜଣ

ଢ଼ାକା: ବାଂଲାଦେଶସ୍ଥିତ ରୋହିଙ୍ଗ୍ୟା ଶରଣାର୍ଥୀ ଶିବିର ଉପରେ ଶୁକ୍ରବାର ଦିନ ଆକ୍ରମଣକାରୀମାନେ ଗୁଳି ଚଳାଇଥିଲେ। ଏଥିରେ ୭ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨୦ଜଣ ଆହତ ହୋଇଛନ୍ତି।

ରିପୋର୍ଟ ଅନୁସାରେ, ରୋହିଙ୍ଗ୍ୟା ଶରଣାର୍ଥୀ ଶିବିରରେ ଅବସ୍ଥିତ ମଦ୍ରାସାରେ ଆକ୍ରମଣ ହୋଇଛି। ଆକ୍ରମଣକାରୀମାନେ ସେଠାରେ ଗୁଳିଚାଳନା କରିଥିଲେ। ଗୁଳିକାଣ୍ଡ ଯୋଗୁଁ ଘଟଣାସ୍ଥଳରେ ୪ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ବାଲୁଖାଲି ଶିବିରର ଏକ ଡ଼ାକ୍ତରଖାନାରେ ତିନିଜଣ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ।

ଭୋର ୪ଟା ସମୟରେ ୧୮ନମ୍ବର ଶିବିରର ବ୍ଲକ ଏଚ୍-୫୨ରେ ଥିବା ମଦ୍ରାସାରେ ଅଜ୍ଞାତ ବ୍ୟକ୍ତିମାନେ ଆକ୍ରମଣ କରିଥିବା କଥା ସୁରକ୍ଷା ବଳ ଅଧିକାରୀମାନେ ଜଣାଛନ୍ତି। ଏହି ଗୁଳିକାଣ୍ଡ ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ଦୁଇ ଦଳ ମଧ୍ୟରେ ସଂଘର୍ଷଜନିତ ବୋଲି ପ୍ରଥମେ କୁହାଯାଇଥିଲା। ଜଣେ ଆକ୍ରମଣକାରୀଙ୍କୁ ପୋଲିସ୍ ଗିରଫ କରିଥିବାବେଳେ ଅନ୍ୟ ଆକ୍ରମଣଧାରୀଙ୍କୁ ଧରିବା ଲାଗି ଯୋଜନା ଚାଲିଛି। ସୂଚନାଅନୁସାରେ, ବାଂଲାଦେଶର କକ୍ସ ବଜାରରେ ରୋହିଙ୍ଗ୍ୟା ଶରଣାର୍ଥୀ ଶିବିର ଅବସ୍ଥିତ। ସେଠାରେ ପ୍ରାୟ ୧୦ଲକ୍ଷ ରୋହିଙ୍ଗ୍ୟା ରହୁଛନ୍ତି। ୨୦୧୭ରେ ଏହି ରୋହିଙ୍ଗ୍ୟାମାନେ ମିଆଁମାର ପରିତ୍ୟାଗ କରି ଚାଲିଆସିଥିଲେ।

Comments are closed.