Latest Odisha News

BREAKING NEWS

ଏକଜିଟ ପୋଲର ପ୍ରଭାବ, ରେକର୍ଡ ଭାଙ୍ଗିଲା ଷ୍ଟକ ମାର୍କେଟ

ନୂଆଦିଲ୍ଲୀ: ଗୋଟେ ପଟେ ଏକଜିଟ ପୋଲ ପାଇଁ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଅନ୍ୟପଟେ ଏହାକୁ ନେଇ ଏବେ ରେକର୍ଡ ପାର କରିଛି ଷ୍ଟକ ମାର୍କେଟ । ଏକଜିଟ ପୋଲରେ ମୋଦି ୩.୦ ଆସିବ ପରେ ଏବେ ସର୍ବକାଳୀନ ରେକର୍ଡ ଛୁଇଁଛି ଷ୍ଟକ ବଜାର । ସେନସେକ୍ସ ଏବଂ ନିଫ୍ଟି ସବୁ ରେକର୍ଡ ପାର କରିଛନ୍ତି ।

୩୦ ସେୟାର ଥିବା ସେନସେକ୍ସ ଆଜି ସକାଳେ ୨ ହଜାରରୁ ଅଧିକ ପଏଣ୍ଟ ସଂଗ୍ରହ କରିଥିବାବେଳେ, ସେପଟେ ବଜାର ଖୋଲୁ ଖୋଲୁ ୫୦ ଷ୍ଟକ୍ ବିଶିଷ୍ଟ ନିଫ୍ଟି ଚାରି ବର୍ଷ ମଧ୍ୟରେ ଏହାର ସବୁଠାରୁ ବଡ ଲମ୍ଫ ଡେଇଁ ରେକର୍ଡ ସୃଷ୍ଟି କରିଛି | ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଏବଂ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ସୂଚକାଙ୍କ ଅନୁଯାୟୀ, ଉଭୟ ସେନସେକ୍ସ ଏବଂ ନିଫ୍ଟି ଆଜି ସର୍ବୋଚ୍ଚ ସ୍ତରରେ ରେକର୍ଡ କରିଛନ୍ତି । ପ୍ରି-ଓପନ୍ ରେ, ନିଫ୍ଟି ୮୦୦ ପଏଣ୍ଟରୁ ସିଧା ୨୩ ହଜାରକୁ ବୃଦ୍ଧି ପାଇଥିବାବେଳେ ସେନସେକ୍ସ ୨୬ ଶହ ପଏଣ୍ଟରୁ ପାଖାପାଖି ୭୭ ହଜାରକୁ ବୃଦ୍ଧି ପାଇଛି |

ଫଳରେ ଆଦାନୀ ବନ୍ଦର, ଆଦାନୀ ଏଣ୍ଟରପ୍ରାଇଜେସ୍, ପାୱାର୍ ଗ୍ରୀଡ୍, ଶ୍ରୀରାମ ଫାଇନାନ୍ସ, ଏବଂ ଏନଟିପିସି କମ୍ପାନୀ ଗୁଡିକ ଉଲ୍ଲେଖନୀୟ ଲାଭ ହାସଲ କରିଥିଲେ | ଆସନ୍ତାକାଲି ଫଳାଫଳରେ ଯଦି ଏକ୍ସିଟ ପୋଲ ପ୍ରତିଫଳିତ ହୁଏ ତାହାଲେ ଏହା ଆହୁରି ବୃଦ୍ଧି ପାଇପାରେ ବୋଲି ପ୍ରଫିଟ ଆଇଡିଆର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ବରୁଣ ଅଗ୍ରୱାଲ କହିଛନ୍ତି ।  ଏହାକୁ ଦୃଷ୍ଟିରେ ରଖି ବଜାର ଅସ୍ଥିର ରହିବ ବୋଲି ସେ ଚେତାବନୀ ମଧ୍ୟ ଦେଇଛନ୍ତି। ତେବେ ସେୟାର ମାର୍କେଟରେ ବୃଦ୍ଧି ପରେ ଏହାର ପ୍ରଭାବ ସୁନା ଓ ରୂପା ଉପରେ ମଧ୍ୟ ଦେଖାଯିବ ବୋଲି ଆକଳନ କରାଯାଉଛି।

Leave A Reply

Your email address will not be published.