Latest Odisha News

BREAKING NEWS

ଦିଲ୍ଲୀ-ଗୁରୁଗ୍ରାମ ସୀମାରେ ମହାଜାମ୍: ଦେଢ଼ କିଲୋମିଟର ଯାଏ ଲମ୍ବିଛି ଗାଡ଼ି

ନୂଆଦିଲ୍ଲୀ: କୃଷି ଆଇନ ପ୍ରତ୍ୟାହାର ଦାବିରେ କୃଷକ ସଂଗଠନ ଦେଇଥିବା ଭାରତ ବନ୍ଦ ବେଳେ ଦିଲ୍ଲୀରୁ ସାମନାକୁ ଆସିଛି ଆଶ୍ଚର୍ୟ୍ୟ କଲା ଭଳି ଚିତ୍ର । ଦିଲ୍ଲୀ-ଗୁରୁଗ୍ରାମ ବର୍ଡରରେ ମହାଜାମ୍ । କିଲୋମିଟର କିଲୋମିଟର ଯାଏ ଲମ୍ବିଛି ଗାଡ଼ି । ସକାଳୁ ହଜାର ହଜାର ଗାଡ଼ି ପଛକୁ ପଛ ଠିଆ ହୋଇଛନ୍ତି । ଗାଡ଼ିର ଲାଇନ ଦେଖିଲେ ଆଖି ବି ପାଉନି ।

ଘଣ୍ଟା ଘଣ୍ଟା ପରେ ବି ସ୍ୱାଭାବିକ ସ୍ଥିତି ଫେରୁନି । କୃଷକଙ୍କ ଆନ୍ଦୋଳନ ଯୋଗୁ ବହୁ ସ୍ଥାନରେ ସଡ଼କ ପଥ ବନ୍ଦ ରହିଛି । ପୋଲିସ ସୀମାରେ ଗାଡ଼ି ଯାଞ୍ଚ କରୁଛି । ସେହିପରି ଭାରତ ବନ୍ଦ ସହ ଆଜି ସୋମବାର ଥିବାରୁ ଅଫିସ ଆସୁଛନ୍ତି ଲୋକ ।

ଦିଲ୍ଲୀ-ଗୁରୁଗ୍ରାମ ବର୍ଡରରେ ଜାମ୍ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି । କେତେବେଳେ ଜାମ୍ ହଟିବ ଓ ଯାତାୟତ ସ୍ୱାଭାବିକ ହେବ ସେ ଉତ୍ତର କାହା ପାଖରେ ନାହିଁ । ସେହିପରି ଦିଲ୍ଲୀ-ନୋଏଡା-ଦିଲ୍ଲୀ ଏକ୍ସପ୍ରେସ ଓ୍ୱେରେ ବି ଅସମ୍ଭାଳ ଜାମ୍ ।

ରାସ୍ତାରେ ମାଳ ମାଳ ହୋଇ ଲମ୍ବା ଲାଇନରେ ଠିଆ ହୋଇଛି ବହୁ ଗାଡ଼ି । ସେହିପରି କୃଷକଙ୍କ ଆନ୍ଦୋଳନ ଯୋଗୁ ଗାଜିପୁର ବର୍ଡର, ସିଂଘୁ ବର୍ଡର, ଏନଏଚ-୯, ଏନଏଚ-୨୪ ଯୋଗୁ ଜାମ୍ ରହିଛି । ଦିଲ୍ଲୀରେ ଆଜି ଜନଜୀବନ ଠପ୍ ହୋଇଯାଇଛି ।

Leave A Reply

Your email address will not be published.