Latest Odisha News

BREAKING NEWS

ଧସିଲା ମାଟି ଅତଡା,୨୬ ନମ୍ବର ଜାତୀୟ ରାଜପଥ ଅବରୋଧ

କୋରାପୁଟ: ଧସିଲା ମାଟି ଅତଡା,୨୬ ନମ୍ବର ଜାତୀୟ ରାଜପଥ ଅବରୋଧ । କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ ସୁଙ୍କି ଘାଟିର ରାଲେଗଡ଼ା ଓ ସୁଙ୍କି ଗାଁରେ ଖସିଲା ମାଟି ଅତଡା । ମାଟି ଅତଡ଼ା ଖସି ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ ହୋଇଛି ।ରାସ୍ତାର ଉଭୟ ପାର୍ଶ୍ୱରେ ଗାଡ଼ି ମଟର ଅଟକି ରହିଛି । ଯାତାୟତରେ ସମସ୍ୟା ସୃଷ୍ଟି ହୋଇଛି । ବାତ୍ୟା ଗୁଲାବର ପ୍ରଭାବ ପ୍ରଭାବରେ ଜିଲ୍ଲାରେ ପବନ ସହ ବର୍ଷା ହୋଇଛି । ପବନ ଯୋଗୁ ବୈପାରୀଗୁଡା ମାଲକାନଗିରି ୩୨ ନମ୍ବର ଜାତୀୟ ରାଜପଥରେ ଗଛ ପଡି ରାସ୍ତା ଅବରୋଧ ହୋଇଛି ।

ଅଗ୍ନିଶମ ବିଭାଗ ପକ୍ଷରୁ ରାସ୍ତାରୁ ଗଛ ହଟାଇବା ପାଇଁ ଉଦ୍ୟମ କରାଯାଉଛି । ସେହିପରି ଦଶମନ୍ତପୁର ଓ ବୈପାରୀଗୁଡା ବ୍ଲକର ୨ଟି ଘର ଭାଙ୍ଗିବା ସହ ବଡ଼ ବଡ଼ ଗଛ ଭାଙ୍ଗି ରାସ୍ତା ଉପରେ ପଡ଼ିଛି । ଓଡ୍ରାଫ୍ ଟିମ୍ ରାସ୍ତାରୁ ଗଛ ହଟାଇଛନ୍ତି ।

Leave A Reply

Your email address will not be published.