Latest Odisha News

ପ୍ରବଳ ବର୍ଷାରେ ଭାସୁଛି ଭୁବନେଶ୍ୱର, ରାତି ୮ଟା ଯାଏ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ପ୍ରବଳ ବର୍ଷାରେ ଉବୁଟୁବୁ ରାଜଧାନୀ ଭୁବନେଶ୍ୱର । ମଧ୍ୟାହ୍ନରୁ ଆରମ୍ଭ ହୋଇଥିବା ବର୍ଷାରେ ଭୁବନେଶ୍ୱରର ଅନେକ ଅଞ୍ଚଳରେ ପାଣି ପସିଛି । ରାଜଧାନୀର ରାଜରାସ୍ତାରେ ଲହଢ଼ି ଭାଙ୍ଗୁଛି ବର୍ଷା ପାଣି । ପୁରୁଣା ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଅଞ୍ଚଳରେ ଅନେକ ଘରେ ପସିଛି ବର୍ଷା ପାଣି । ଅନେକ ଗାଡ଼ି ବର୍ଷା ପାଣିରେ ବୁଡ଼ି ଯାଇଛି ।

ଏଥିସହ ପଢ଼ନ୍ତୁ: ୧୨ ଘଣ୍ଟାରେ ଅବପାତ, ୩ ଦିନ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଅନ୍ୟପଟେ ରାତି ୮ଟା ଯାଏ ଏଭଳି ବର୍ଷା ଜାରି ରହିବା ନେଇ ପାଣିପାଗ ବିଭାଗ ଆଲର୍ଟ କରିଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ଓ ବଜ୍ରପାତ ନେଇ ଜଗତସିଂହପୁର, ଖୋର୍ଦ୍ଧା, କଟକ, ଯାଜପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର ଜିଲ୍ଲାକୁ ଆଗାମୀ ୩ ଘଣ୍ଟା ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅରେଞ୍ଜ ଆଲର୍ଟ ଦେଇଛି ।

ରାଜ୍ୟରେ ଅଗଷ୍ଟ ୩ ଯାଏ ପ୍ରବଳରୁ ଅତିପ୍ରବଳ ହେବ । ୪ ତାରିଖରେ ମଧ୍ୟ କିଛି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଆଜି ଅତିପ୍ରବଳ ବର୍ଷା ନେଇ ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ରହିଛି । ସେହିଭଳି ପ୍ରବଳ ବର୍ଷା ନେଇ ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ, ସୁନ୍ଦରଗଡ଼, କଟକ ଓ ବାଲେଶ୍ୱର ଜିଲ୍ଲାକୁ ୟେଲୋ ଆଲର୍ଟ ରହିଛି ।

Leave A Reply

Your email address will not be published.