ଭୁବନେଶ୍ବର: ଭୁବନେଶ୍ବର ଏମ୍ସ କର୍ମଚାରୀଙ୍କୁ ହତ୍ୟା ଘଟଣାରେ ଶେଷରେ ଧରାପଡିଲା ମୁଖ୍ୟ ଅଭିଯୁକ୍ତ । ଭୁବନେଶ୍ୱରର ଏକ ହୋଟେଲ କଡ଼ରୁ ମୁଖ୍ୟ ଅଭିଯୁକ୍ତ ସଦାଶିବ ପ୍ରଧାନକୁ ଗିରଫ କରିଛି କମିଶନରେଟ୍ ପୋଲିସ । ରାଜ୍ୟ ବାହାରକୁ ଖସିବାଯିବାକୁ ସଦାଶିବ ଉଦ୍ୟମ କରୁଥିବା ପୋଲିସ ପକ୍ଷରୁ ସୂଚନା ରହିଛି ।
ତେବେ, ଅକ୍ଟୋବର ୧୩ ତାରିଖରେ ସୁଧାଂଶୁଙ୍କୁ ପଏଣ୍ଟ ବ୍ୟାଙ୍କରୁ ଗୁଳି କରିଥିଲା ଅଭିଯୁକ୍ତ । ଜମିବାଡ଼ି ବିବାଦକୁ କେନ୍ଦ୍ର କରି ବଡ଼ବାପା ପୁଅକୁ ହତ୍ୟା କରିଥିଲା । ପୂର୍ବରୁ ୪ ଜଣଙ୍କୁ ଗିରଫ କରିଥିଲା କମିଶନରେଟ ପୋଲିସ । ଏବେ ସଦାଶିବ ପ୍ରଧାନ ଓରଫ ଶିବାକୁ ଗିରଫ କରାଯାଇଛି ।
ଜେରା ସମୟରେ ପୋଲିସ ଆଗରେ ସୁଧାଂଶୁ ଖୁଣ୍ଟିଆ ହତ୍ୟା ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତ ଶିବା ପ୍ରଧାନ ସବୁ ସତ ମାନିଛି । ପୋଲିସ ଆଗରେ ଶିବା କହିଥିଲା କି, ସୁଧାଂଶୁ ହତ୍ୟା ପାଇଁ ତିନି ମାସ ତଳୁ ପ୍ଲାନ ହୋଇଥିଲା ।
Comments are closed.