Latest Odisha News

BREAKING NEWS

ବିଶ୍ଵ ମହିଳା ଦିବସରେ ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ନିର୍ମିତ ସାମଗ୍ରୀ ପ୍ରଦର୍ଶନ

ଭଦ୍ରକ: ଭଦ୍ରକ ଜିଲ୍ଲାରେ ବିଶ୍ଵ ମହିଳା ଦିବସ ପାଳିତ ହୋଇଛି । ଭଦ୍ରକ ସହରର ପୁରୁଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଆୟୋଜିତ ମହିଳା ଶୋଭାଯାତ୍ରାକୁ ଭଦ୍ରକ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଶୋଭାଯାତ୍ରାରେ ବିଭିନ୍ନ ମହିଳା ସଂଗଠନର କର୍ମକର୍ତ୍ତାମାନେ ଅଂଶଗ୍ରହଣ କରି ସହର ପରିକ୍ରମା କରିଥିଲେ ।

ଏହାପରେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାର ୭ଟି ବ୍ଲକରୁ ଆସିଥିବା ୭ଗୋଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ତରଫରୁ ଏକ କ୍ଷୁଦ୍ର ପ୍ରଦର୍ଶନୀ ଆୟୋଜିତ ହୋଇଛି । ଏହି କ୍ଷୁଦ୍ର ପ୍ରଦର୍ଶନୀରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଗୁଡିକ ନିଜ ଗୋଷ୍ଠୀ ଦ୍ଵାରା ନିର୍ମିତ ସାମଗ୍ରୀ ପ୍ରଦର୍ଶନ କରିଛନ୍ତି ।

Leave A Reply

Your email address will not be published.