ନୂଆଦିଲ୍ଲୀ: ମଥୁରା-ବୃନ୍ଦାବନର ହୋଲି ଦେଶ ତଥା ବିଦେଶରେ ବେଶ୍ ପ୍ରସିଦ୍ଧ। ଏଠାରେ ହୋଲି ପାଳନ କରିବା ପାଇଁ ଦେଶ ତଥା ବିଦେଶରୁ ଲୋକମାନେ ଆସିଥାନ୍ତି। ଏଠାରେ ପ୍ରାୟ ୪୦ ଦିନ ପୂର୍ବରୁ ଆରମ୍ଭ ହୋଇଯାଏ ହୋଲି ପର୍ବର ପ୍ରସ୍ତୁତି। ଏହାର କାରଣ ହେଉଛି ଏଠାରେ ଲଠ୍ମାର ହୋଲି। ଏହା ପ୍ରତିବର୍ଷ ଫାଲଗୁନ୍ ମାସର ଶୁକ୍ଲ ପକ୍ଷ ନବମୀ ତିଥିରେ ଖେଳାଯାଏ। ଏହି ବର୍ଷ ଏହା ଆଜି ଅର୍ଥାତ୍ ୨୩ ମାର୍ଚ୍ଚରେ ପଡୁଛି। ବିଶ୍ୱାସ କରାଯାଏ ଯେ ଏହି ଦିନ ଶ୍ରୀକୃଷ୍ଣ ରାଧାଙ୍କ ଗାଁକୁ ହୋଲି ଖେଳିବାକୁ ଯାଇଥିଲେ।
ଏହିପରି ଆରମ୍ଭ ହୁଏ ହୋଲି ପର୍ବ
ଅଷ୍ଟମୀରେ, ନନ୍ଦଗାଓଁ ଏବଂ ବାରସାନେର ପ୍ରତ୍ୟେକ ବ୍ୟକ୍ତି ଗାଁକୁ ଯାଇ ହୋଲି ଖେଳିବାକୁ ଆମନ୍ତ୍ରଣ କରନ୍ତି। ଏହା ପରେ, ରାଧାରାଣୀ ମନ୍ଦିର ପରିଦର୍ଶନ କରିବା ପରେ ସମସ୍ତେ ଲଠମାର୍ ହୋଲି ଖେଳିବା ପାଇଁ ଏକତ୍ରିତ ହୁଅନ୍ତି। ଏଠାରେ, ଗୀତ ଗାଇ, ରଙ୍ଗ ଖେଳି ପରସ୍ପର ମଧ୍ୟ ନାଚ ଗୀତର ଆସର ଜମିଉଠେ।
ଏହି ହୋଲି କେବଳ ଏଠାରେ ଖେଳାଯାଏ
ଉତ୍ତରପ୍ରଦେଶର ମଥୁରା, ବାରସାନା ଏବଂ ନନ୍ଦଗାଓଁ ସହରରେ ଲଠମାର ହୋଲି ଖେଳାଯାଏ। ଭାରତରେ ଏହା ହେଉଛି ଏକମାତ୍ର ରୀତିନୀତି, ଯାହା କେବଳ ବାରସାନାରେ ହୋଇଥାଏ। ଏହା ୧୬୦୦ ଶତାବ୍ଦୀରୁ ଆରମ୍ଭ ହୋଇଥିବା ବିଶ୍ୱାସ କରାଯାଏ। ଏଥିରେ, ବାରସାନାର ମହିଳାମାନେ ହୋଲି ଦିନ ନନ୍ଦଗାଓଁର ପୁରୁଷଙ୍କ ଉପରେ ଲାଠି ବର୍ଷଣ କରିଥାନ୍ତି ଏବଂ ପୁରୁଷମାନେ ମଧ୍ୟ ଏଥିରୁ ରକ୍ଷା ପାଇବାକୁ ଉପାୟ ଖୋଜିଥାନ୍ତି। ଏଠାରେ ଶ୍ରୀ କୃଷ୍ଣଙ୍କ ସମୟରୁ ଲାଠମାର ହୋଲି ଖେଳାଯାଉଥିବା ବିଶ୍ବାସ ରହିଛି।
Comments are closed.