Latest Odisha News

BREAKING NEWS

୨୬ରୁ ଆରମ୍ଭ ହେବ ମାଟ୍ରିକ ଖାତାଦେଖା

ଭୁବନେଶ୍ୱର: ଆସନ୍ତା ୨୬ରୁ ଆରମ୍ଭ ହେବ ମାଟ୍ରିକ ଖାତାଦେଖା । କରୋନା ସତର୍କତା ସହ ଖାତାଦେଖା ହେବ । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି ।

ମୂଲ୍ୟାୟନ କେନ୍ଦ୍ରରେ ସାମାଜିକ ଦୂରତା ଉପରେ ଧ୍ୟନ ଦିଆଯିବ । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି ସରକାର । କରୋନା ସତର୍କତା ମଧ୍ୟରେ ଖାତାଦେଖା କାର୍ଯ୍ୟକୁ ସମ୍ପାଦନ କରାଯିବ ।

ଚଳିତ ବର୍ଷ କରୋନା ପାଇଁ ଖାତାଦେଖାରେ ବିଳମ୍ବ ହୋଇଛି । ଗତ ୨୦ରୁ ମାଟ୍ରିକ ଖାତାଦେଖା ଆରମ୍ଭ ହେବ ବୋଲି ନିଷ୍ପତି ନିଆଯାଇଥିଲା । କିନ୍ତୁ ବାତ୍ୟା ପାଇଁ ଖାତା ଦେଖାକୁ ସ୍ଥଗିତ ରଖାଯାଇଛି । ତେବେ ଖୁବ ଶୀଘ୍ର ଖାତାଦେଖା ସରିବା ସହ ଜୁଲାଇ ଶେଷ ସୁଦ୍ଧା ମାଟ୍ରିକ ଫଳ ବାହାରିବ ବୋଲି ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.