Latest Odisha News

BREAKING NEWS

ଅଫଲାଇନ୍ ମାଟ୍ରିକ ପରୀକ୍ଷା ପାଇଁ ଆଜିଠୁ ଅନଲାଇନରେ ଫର୍ମ ପୂରଣ

କଟକ: ମାଟ୍ରିକ ଅଫଲାଇନ ପରୀକ୍ଷା ପାଇଁ ଆଜିଠାରୁ ଆରମ୍ଭ ହେଉଛି ଅନଲାଇନ ଫର୍ମ ପୂରଣ । ବିକଳ୍ପ ମୂଲ୍ୟାୟନରେ ଅସନ୍ତୋଷ ଥିବା ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଫର୍ମ ପୂରଣ କରିପାରିବେ । ଏଥିପାଇଁ ଛାତ୍ରଛାତ୍ରୀଙ୍କୁ କୌଣସି ଫି ଦେବାକୁ ପଡିବ ନାହିଁ । ଜୁଲାଇ ୧୪ ତାରିଖ ଯାଏ ଫର୍ମ ଫିଲ ଅପ୍ ଚାଲିବ ।

ବୋର୍ଡର ୱେବସାଇଟ www.bseodisha.ac.in ରେ ଫର୍ମ ପୂରଣ କରିପାରିବେ ଛାତ୍ରଛାତ୍ରୀ । ଏଥିରେ ସମସ୍ତ ନିର୍ଦ୍ଦେଶାବଳୀ ଦିଆଯାଇଛି । ଜୁଲାଇ ୩୦ ତାରିଖରେ ମାଟ୍ରିକ ଅଫଲାଇନ ପରୀକ୍ଷା ଆରମ୍ଭ ହେବ । କୋଭିଡ ନିୟମ ଅନୁସାରେ ଅଗଷ୍ଟ ୫ ତାରିଖ ଯାଏ ଚାଲିବ ପରୀକ୍ଷା । ସକାଳ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ମଧ୍ୟାହ୍ନ ୧୨ ଟାରେ ଶେଷ ହେବ । କେବଳ ଗଣିତ ପାଇଁ ମିଳିବ ଅଧିକ ୧୫ ମିନିଟ୍ ସମୟ ।

ଅଫଲାଇନ ପରୀକ୍ଷାର ମାର୍କ ଚୂଡାନ୍ତ ମାର୍କ ହେବ । ସେହିପରି ଅଫଲାଇନରେ ଉତ୍ତୀର୍ଣ୍ଣ ପରୀକ୍ଷାର୍ଥୀଙ୍କ ପାଇଁ ଯୁକ୍ତ ୨ରେ ନାମଲେଖା ସମସ୍ୟା ହେବନି ବୋଲି ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି । ଚଳିତ ବର୍ଷ କରୋନା ଯୋଗୁ ମାଟ୍ରିକ ପରୀକ୍ଷା ବାତିଲ କରିଥିଲେ ସରକାର । ବିକଳ୍ପ ମୂଲ୍ୟାୟନକୁ ନେଇ ଅସନ୍ତୋଷ ଦେଖାଦେଇଛି । ବିକଳ୍ପ ବ୍ୟବସ୍ଥା ଭାବରେ ଅଫଲାଇନ୍ ପରୀକ୍ଷା କରାଇବେ ବୋର୍ଡ କର୍ତ୍ତୃପକ୍ଷ ।

Leave A Reply

Your email address will not be published.