Latest Odisha News

ଆଜିଠୁ ରାଜ୍ୟରେ ଟିକାକରଣ ଜୋରଦାର, ୧୭୩୦ ସେଣ୍ଟରରେ ଦିଆଯିବ ଟିକା

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ପୁଣି ଥରେ ଜୋରଦାର ହେବ କୋଭିଡ୍ ଟିକାକରଣ । ଆଜି ମୋଟ୍ ୧୭ଶହ ୩୦ ସେଣ୍ଟରରେ ଲୋକଙ୍କୁ ଟିକା ଦିଆଯିବ । ବର୍ତ୍ତମାନ ରାଜ୍ୟରେ ୯ଲକ୍ଷ ୫୨ହଜାର ୮୨୦ ଡୋଜ୍ କୋଭିସିଲ୍ଡ ଓ କୋଭାକ୍ସିନ ଟିକା ୩ଲକ୍ଷ ୯୧ହଜାର ୫୪୦ ଡୋଜ୍ ମହଜୁଦ ରହିଛି । ରାଜ୍ୟବ୍ୟାପୀ ଆଜିଠୁ ପୁଣି ଥରେ ଟିକାକରଣ ଆଗେଇବ । ଜୁନ୍ ୨୧ ତାରିଖରୁ କ୍ୟାମ୍ପେନ୍ ମୋଡରେ ଆରମ୍ଭ ହୋଇଥିଲା ଟିକାକରଣ ।

ଦୈନିକ ୩ ଲକ୍ଷ ଟିକାକରଣ ଲକ୍ଷ୍ୟ ରଖିଥିଲେ ସରକାର । ମୋଟ୍ ୧୬ଶହ ୧୩ କେନ୍ଦ୍ର କରାଯାଇଥିଲା । ତେବେ ଜୁନ୍ ଶେଷ ଆଡକୁ ଦେଖାଦେଇଥିଲା ଟିକାର ଅଭାବ । ବହୁ ଜିଲ୍ଲାରେ ଗତ କିଛି ଦିନ ହେବ ବନ୍ଦ ରହିଥିଲା ଟିକାକରଣ । କେନ୍ଦରୁ ପୁଣି ଟିକା ଆସିବା ପରେ ଆଜିଠୁ ଅଭିଯାନ ଆରମ୍ଭ ହେଉଛି ।

ଓଡ଼ିଶାରେ କରୋନା ଟିକାକରଣରେ ମାଇଲଖୁଣ୍ଟ ହୋଇଛି । ବର୍ତ୍ତମାନ ସୁଦ୍ଧା କୋଟିଏରୁ ଅଧିକ ଲୋକ ପ୍ରଥମ ଡୋଜ୍ ଟିକା ନେଇ ସାରିଲେଣି । ୨୨ ଲକ୍ଷରୁ ଅଧିକ ଲୋକ ଟିକାର ଦୁଇଟିଯାକ ଡୋଜ୍ ନେଇଛନ୍ତି ।

Leave A Reply

Your email address will not be published.