Latest Odisha News

୯ରୁ ମାଟ୍ରିକ ସମ୍ମେଟିଭ୍ ମୂଲ୍ୟାୟନ

କଟକ: ମାଟ୍ରିକ ସମ୍ମେଟିଭ ପରୀକ୍ଷା ଖାତା ମୂଲ୍ୟାୟନ ଡିସେମ୍ୱର ୯ତାରିଖରୁ ଆରମ୍ଭ ହେବ । ମୋଟ ୫୬ଟି କେନ୍ଦ୍ରରେ ଖାତା ଦେଖିବେ ୧୨ ହଜାର ୪୫୦ ଶିକ୍ଷକ । ସକାଳ ୯ଟାରୁ ସନ୍ଧ୍ୟା ୫ ପର୍ଯ୍ୟନ୍ତ ଖାତା ଦେଖା ହେବ । ଡିସେମ୍ୱର ୧୯ ତାରିଖ ଯାଏଁ ମୂଲ୍ୟାୟନ ହେବ ବୋଲି ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ (ବିଏସଇ) ପକ୍ଷରୁ ସୂଚନା ଦିଆଯାଇଛି ।

ମାଟ୍ରିକ ସମ୍ମେଟିଭ ପରୀକ୍ଷା ନଭେମ୍ୱର ୨୩ତାରିଖରେ ହୋଇ ଆଜି ସରିଛି । ସାରା ରାଜ୍ୟରେ ୩ହଜାର ୨୯ ସେଣ୍ଟରରେ ୫ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିଲେ । ସେହିପରି ମଧ୍ୟମା ପାଇଁ ୧୦୮ ସେଣ୍ଟରରେ ୨ହଜାର ୯୧୪ ଜଣ ପରୀକ୍ଷା  ଦେଇଥିଲେ । ୧୪୬ଟି ସେଣ୍ଟରରେ ଓପନ ସ୍କୁଲ ସାର୍ଟିଫିକେଟ୍ ପାଇଁ ୭ହଜାର୧୮୧ ଜଣ ପରୀକ୍ଷା ଦେଇଥିଲେ । ପରୀକ୍ଷା ପାଇଁ ୩୧୬ ନୋଡାଲ ସେଣ୍ଟର ହୋଇଥିଲା ।

Comments are closed.