Latest Odisha News

BREAKING NEWS

ଓଡ଼ିଶା ଭେଇକିଲ୍ ସ୍କାର୍ପିଂ ନୀତିକୁ କ୍ୟାବିନେଟ୍ ଅନୁମୋଦନ

ଭୁବନେଶ୍ୱର: ଓଡ଼ିଶା କ୍ୟାବିନେଟ୍ ନୂଆ ପଞ୍ଜିକୃତ ଭେଇକିଲ୍ ସ୍କାର୍ପିଂ ନୀତି-୨୦୨୨ ସହ ୧୭ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି । ନୂତନ ଭେଇକିଲ୍ ସ୍କାର୍ପିଂ ପଲିସି ଦ୍ୱାରା ଗାଡ଼ି ପ୍ରଦୂଷଣ ହ୍ରାସ ପାଇବ । ନୂତନ ନୀତି ଅନୁସାରେ, ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ିକୁ ସ୍କାର୍ପିଂ ସେଣ୍ଟରରେ ନଷ୍ଟ କରି ଦିଆଯିବ ଏବଂ ଗାଡ଼ି ମାଲିକଙ୍କୁ ନୂଆ ଗାଡ଼ି କିଣିବା ଲାଗି ପ୍ରୋତ୍ସାହନ ରାଶି ମିଳିବ ।

ଆଜିଠୁ ଓଡ଼ିଶା କନକ୍ଲେଭ୍ ଆରମ୍ଭ ହେଉଛି । ଏଥିରୁ ସରକାର ୬ ଲକ୍ଷ କୋଟି ଟଙ୍କା ପୁଞ୍ଜିନିବେଶ ଆଶା ରଖିଛନ୍ତି । ରାଜ୍ୟ କ୍ୟାବିନେଟରେ ଶିଳ୍ପ ନୀତି ସଂକଳ୍ପ-୨୦୨୨କୁ ଆଗାମୀ ୫ ବର୍ଷ ଲାଗି ଅନୁମୋଦନ ମିଳିଛି । ଏହାଦ୍ୱରା ପୂର୍ବ ଭାରତରେ ଓଡ଼ିଶାକୁ ଶିଳ୍ପ ହବ୍ କରିବାକୁ ଲକ୍ଷ୍ୟ ରଖା ଯାଇଛି ।

ସେହିଭଳି ରାଜ୍ୟ କ୍ୟାବିନେଟ୍ ଓଡ଼ିଶା ଲଜିଷ୍ଟିକ୍ ପଲିସି, ଓଡ଼ିଶା ଆପେରିଆଲ୍ ଆଣ୍ଡ ଟେକ୍ନିକାଲ୍ ଟେକ୍ସଟାଇଲ୍ ପଲିସିକୁ ମଞ୍ଜୁରୀ ଦେଇଛି ।

Leave A Reply

Your email address will not be published.