Latest Odisha News

ନୂଆପଡାରେ ଜମୁଛି କୁରାଲ ପୂଜା

ନୂଆପଡ଼ା : କୁମ୍ଭାରଙ୍କ ପ୍ରମୁଖ ପୂଜା କୁରାଲ ପୂଜା  । ଏହି ପୂଜା କୁମ୍ଭାର ଜାତିର ଲୋକମାନେ ବହୁତ ଉତ୍ସାହର ସହ ମନାଇଥାନ୍ତି । ସୁନ୍ଦର ଆଲୋକ ସାଜସଜ୍ଜା ସାଙ୍ଗକୁ ପାରମ୍ପରିକ ନୃତ୍ୟରେ ଝୁମୁଛନ୍ତି ନୂଆପଡ଼ାବାସୀ । ଏନେଇ ଖଡ଼ିଆଳ, ସିନାପାଲି, ବୋଡେ଼ନ କୋମନା ବ୍ଲକର ବିଭିନ୍ନ ଗାଁ ଯଥା ଚିନ୍ଦାଗୁଡ଼ା,ମହୁଲ ପଡା, ତୁକଲା ,ମାଣ୍ଡୋସିଲ ଓ ସିନାପାଲି ବ୍ଲକର ସିନାପାଲି, ଫୁରୁସୁଣ୍ଡ ଆଦି ଗ୍ରାମରେ ଏହି ପୂଜା ଅନୁଷ୍ଠିତ ହେଉଅଛି। ଏଥିପାଇଁ ରବିବାର ଦିନ ଅଧିବାସ ଓ କଳସ ଯାତ୍ରା କାର୍ଯ୍ୟକ୍ରମ ହୋଇଥିବା ବେଳେ ସୋମବାର ଓ ମଙ୍ଗଳବାର ଦିନ ପୂଜା ଓ ବୁଧବାର ଦିନ ବିସର୍ଜନ ଉତ୍ସବ ପାଳନ ହୋଇଛି ।

କୁରାଲ ପୂଜାରେ ଦୀନକୃଷ୍ଣ ଦାଶଙ୍କ କୁରାଲ ପୁରାଣ ପଠନ କରାଯାଏ । ଲୋକେ କହିବା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଲକଟା ବାହେଲି ଗ୍ରାମର ଚକ୍ରଧର ରଣା ହଳ କରୁଥିବା ସମୟରେ ଏକ ପୋଥି ପାଇଥିଲେ । ତାକୁ ସଫା କରିବା ପରେ ତାହା କୁମ୍ଭକାର ଜାତି ଉପରେ ଲେଖାଥିବା ଜଣା ପଡିଥିଲା । ଏହି ପୋଥିକୁ ଓଡ଼ିଶାର ବିଶିଷ୍ଟ କବି ଦୀନକୃଷ୍ଣ ଦାଶଙ୍କ ପାଖକୁ ପଠାଗଲା ଓ ସେ ସଂଶୋଧିତ କରି କୁରାଲ ପୁରାଣ ଲେଖିଥିଲେ। ସେହି ଦିନ ଠାରୁ ଏହି ପୁରାଣ ପଠନ କରି ନୂଆପଡା କଳାହାଣ୍ଡି ଅଞ୍ଚଳରେ କୁରାଲ ପୂଜା ହୋଇ ଆସୁଥିବା  କୁମ୍ଭକାର ସମ୍ପ୍ରଦାୟର ଲୋକେ କହିଛନ୍ତି । ଏହି କୁରାଲ ପୂଜା ରେ କୁମ୍ଭକାର ସମ୍ପ୍ରଦାୟର ଆବାଳ ବୃଦ୍ଧବନିତା ସାମିଲ ହୋଇଛନ୍ତି  ।

 

Leave A Reply

Your email address will not be published.