ଭୁବନେଶ୍ୱର: ସେପ୍ଟେମ୍ବର ୧୪ରୁ ରାଜ୍ୟର ପ୍ରାୟ ୧୫୩ଟି କେନ୍ଦ୍ରରେ ଅନୁଷ୍ଠିତ ହେବାକୁ ଯାଉଛି ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା।
ଚଳିତ ଥର କରୋନା କଟକଣା ମଧ୍ୟରେ ପାଖାପାଖି ୨୨୬୪୯ ଜଣ ଛାତ୍ରଛାତ୍ରୀ ଯୋଗଦେବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଶୁକ୍ରବାର ଦିନ ସୂଚନା ଦେଇଛନ୍ତି।
ଏଥିସହିତ ପ୍ରାୟ ୧୨,୯୩୯ ଜଣ ଛାତ୍ରଛାତ୍ରୀ ମଧ୍ୟ ସେପ୍ଟେମ୍ବର ୧୪ ରେ ଷ୍ଟେଟ୍ ଓପନ୍ ସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା ଦେବେ। ଏହି ପରୀକ୍ଷା ୮୮ଟି କେନ୍ଦ୍ରରେ ଅନୁଷ୍ଠିତ ହେବ।
ତେବେ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ ଦ୍ୱାରା ପରିଚାଳିତ ଏହି ପରୀକ୍ଷା ସେପ୍ଟେମ୍ବର ୨୪ ତାରିଖ ଯାଏଁ ଚାଲିବ ବୋଲି ସୂଚନା ମିଳିଛି।
ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୭ ତାରିଖରେ ବୋର୍ଡ ପକ୍ଷରୁ ଏହି ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ପ୍ରକାଶ କରାଯାଇଥିଲା।
Comments are closed.