କଟକ : ରାଜ୍ୟରେ ମ୍ୟାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ସୋମବାର ଦିନ ଠାରୁ ସାରା ରାଜ୍ୟରେ ଆରମ୍ଭ ହୋଇଥିବା ନେଇ ମାଧ୍ୟମିକ ଶିକ୍ଷା ପରିଷଦ (ବିଏସଇ) ପକ୍ଷରୁ ସୂଚନା ମିଳିଛି ।
ମିଳିଥିବା ସୂଚନାନୁଯାୟୀ ସାରା ରାଜ୍ୟରେ ପ୍ରାୟ ୧୨୨ଟି କେନ୍ଦ୍ରରେ ପାଖାପାଖି ୨୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ନେଇ ଜଣାପଡିଛି ।
ଅପରପକ୍ଷରେ ଓଡିଶା ମୁକ୍ତ ବିଦ୍ୟାଳୟ ପରୀକ୍ଷା ଲାଗି ପ୍ରାୟ ୫୪ଟି କେନ୍ଦ୍ର କରାଯାଇଥିବାବେଳେ ସମସ୍ତ ପରୀକ୍ଷା କେନ୍ଦ୍ରକୁ ନୋଡାଲ୍ ସେଣ୍ଟର ଭାବେ ଚିହ୍ନଟ କରାଯାଇଛି ।
ଆହୁରି ମଧ୍ୟ ପ୍ରଶ୍ନପତ୍ରର ସୁରକ୍ଷା ଲାଗି କେନ୍ଦ୍ରଗୁଡିକରେ ସୁକ୍ୟୁରିଟି ବ୍ୟବସ୍ଥା କଡାକଡି କରାଯାଇଥିବା ନେଇ ସୂଚନା ମିଳିଛି ।
Comments are closed.