Latest Odisha News

ଆସନ୍ତା ସପ୍ତାହରେ ମେଟ୍ରିକ ଓ +୨ ପରୀକ୍ଷା, ମୁଖ୍ୟ ଶାସନ ସଚିବ କଲେ ସମୀକ୍ଷା

ଭୁବନେଶ୍ୱର: ଚଳିତ ମାସ ଶେଷକୁ ଆରମ୍ଭ ହେବାକୁ ଥିବା ମେଟ୍ରିକ ଏବଂ ଯୁକ୍ତ ଦୁଇ ପରୀକ୍ଷା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ବୈଠକରେ ପରୀକ୍ଷା ସୁପରିଚାଳନା, ପ୍ରଶ୍ନପତ୍ର ସୁରକ୍ଷା, ନୋଡାଲ ସେଣ୍ଟର ସୁରକ୍ଷା ଆଦି ଗୁରୁତ୍ୱପୂର୍ଣ୍ଣ ବିଷୟ ଆଲୋଚନା ହୋଇଛି ।

ପରୀକ୍ଷା ଆଗରୁ ଜାଲି ପ୍ରଶ୍ନପତ୍ର ଖେଳାଉଥିବା ବ୍ୟକ୍ତିଙ୍କୁ ଧରି କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ସବୁ ଜିଲ୍ଲାର ଏସପି ମାନଙ୍କୁ ଏହା ଉପରେ ନଜର ରଖିବାକୁ କହିଛନ୍ତି ସୁରେଶ ।

ପ୍ରଶ୍ନପତ୍ର ଗଚ୍ଛିତ କରିବା ପାଇଁ ପ୍ରସ୍ତୁତ ନୋଡାଲ ସେଣ୍ଟରର ସୁରକ୍ଷା ବଢ଼ାଯିବ । ସମସ୍ତ ନୋଡାଲ ସେଣ୍ଟରରେ ସିସିଟିଭି କ୍ୟାମେରା ଏବଂ ଅଧିକ ସୁରକ୍ଷାକର୍ମୀ ନିୟୋଜନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀ ମହାପାତ୍ର ।

ମେଟ୍ରିକ ପରୀକ୍ଷା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ଏପ୍ରିଲ ୨୯ ରୁ ମେ ୭ ପର୍ଯ୍ୟନ୍ତ ଚାଲିବ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଯୁକ୍ତ ଦୁଇ ପରୀକ୍ଷା ଏପ୍ରିଲ ୨୮ରୁ ମେ ୩୧ ପର୍ଯ୍ୟନ୍ତ କରିବ ।

Leave A Reply

Your email address will not be published.