Latest Odisha News

BREAKING NEWS

ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ମାଗଣାରେ ମିଳିବ ଟେଷ୍ଟ ପେପର

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ମାଗଣାରେ ଦେବେ ଟେଷ୍ଟ ପେପର । ୬ ଲକ୍ଷ ୨୦ ହଜାର ୫୦୮ ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଟେଷ୍ଟ ପେପର ପ୍ରଦାନ କରିବେ ସରକାର । ଏନେଇ ସୁଚନା ଦେଇଛନ୍ତି ସ୍କୁଲ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । କୋଭିଡ ଯୋଗୁଁ ପାଠ ପଢ଼ାରେ ସୃଷ୍ଟି ହୋଇଥିଲା ସମସ୍ୟା । ଏଥିସହ ଦୀର୍ଘ ଦିନ ଧରି ବନ୍ଦ ରହିଥିଲା ବିଦ୍ୟାଳୟ । ସେପଟେ ଏବେ ସ୍କୁଲ ଖୋଲିଥିବା ବେଳେ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କ ହାତରେ କମ ସମୟ ରହିଛି । ଏପରିସ୍ଥିତିରେ ଛାତ୍ରଛାତ୍ରୀଙ୍କୁ ୭୦୦ ପୃଷ୍ଠାର ଟେଷ୍ଟ ପେପର ମାଗଣା ଦେବେ ରାଜ୍ୟ ସରକାର ।

ଏହି ଟେଷ୍ଟ ପେପରର ନାଁ ‘ପରୀକ୍ଷା ଦର୍ପଣ’ ରହିଥିବା ବେଳେ ଟେଷ୍ଟ ପେପରକୁ ଛାତ୍ରଛାତ୍ରୀଙ୍କୁ ମାଗଣାରେ ପ୍ରଦାନ କରାଯିବ । ଟେଷ୍ଟ ପେପରରେ ପ୍ରଶ୍ନ ସହ ଉତ୍ତର ରହିବ । ପିଲାଙ୍କୁ ଚାପମୁକ୍ତ କରିବା ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି । ପୂର୍ବରୁ ମାଟ୍ରିକ ପରୀକ୍ଷା ଫି ଛାଡ଼ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମାଟ୍ରିକ ପରୀକ୍ଷା ପାଇଁ ୩୦ ପ୍ରତିଶତ ସିଲାବସ କମା ଯାଇଛି । ଅନଲାଇନ ଜରିଆରେ ଛାତ୍ରଛାତ୍ରୀଙ୍କ ଡାଉଟ କ୍ଲିଅର ବି ହୋଇପାରିନି । ତେଣୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଅନୁସାରେ ପରୀକ୍ଷା ଦର୍ପଣ ନାମକ ଏକ ଟେଷ୍ଟ ପେପର ଛାତ୍ର ଛାତ୍ରୀଙ୍କୁ ଦିଆଯିବ। ଏଥିରେ ୭୦୦ ପୃଷ୍ଠାର ବହି ଦେବାକୁ ପ୍ରସ୍ତୁତି ହେଉଛି ସ୍କୁଲ ଓ ଗଣିଶିକ୍ଷା ବିଭାଗ । ଆସନ୍ତା ମେ ୩ ତାରିଖରେ ମାଟ୍ରିକ୍ ପରୀକ୍ଷା ହେବ । ତେଣୁ ପରୀକ୍ଷାର ପୂର୍ବରୁ ପିଲାଙ୍କ ପାଖରେ ବହି ପହଞ୍ଚାଇ ଦିଆଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

Leave A Reply

Your email address will not be published.