ବ୍ୟୁରୋ: ଦମଦାର ଆକ୍ସନ ଅବତାରରେ ପୁଣି ସଲ୍ଲୁମିଆଁ । ମଚ ଆୱେଟେଡ୍ ବଲିଉଡ ଫିଲ୍ମ ‘ମାତୃଭୂମି’ରେ ଦେଖାଇବେ ଦେଶପ୍ରେମ ଓ ବଳିଦାନ ଚିତ୍ର । ବହୁ ବାଦ ବିବାଦ ପରେ ମିଳିଛି ମୁଭି ରିଲିଜ୍ ପରମିଶନ । ଶେଷରେ ଅନେକ ଦିନର ପ୍ରତିକ୍ଷାର ଅନ୍ତ ହୋଇଛି, ରିଲିଜ୍ ହୋଇଛି ସଲମାନ ଖାନଙ୍କ ଅଭିନୀତ ଫିଲ୍ମ ମାତୃଭୂମିର ଟ୍ରେଲର । ଟ୍ରେଲରରୁ ପୁରା ଫିଲ୍ମର ଝଲକ୍ ଦେଖିବାକୁ ମିଳିଛି । ମୋଟ୍ ୪ମିନିଟ୍ ୫ସେକେଣ୍ଡର ଏହି ଲମ୍ବା ଭିଡିଓରେ ସୀମାରେ ନିୟୋଜିତ ଯବାନ ଓ ତାଙ୍କ ପରିବାରର ଭାବଗତ ସଂଘର୍ଷକୁ ଦର୍ଶାଯାଇଛି । କେବଳ ସେତିକି ନୁହେଁ ଯୁଦ୍ଧ ବଦଳରେ ଶାନ୍ତି ପରି ଏକ ଗୁରୁତ୍ୱପୂର୍ଣ୍ଣ ବର୍ତ୍ତା ବହନ କରୁଛି ଫିଲ୍ମର ସବ୍ ଟାଇଟଲ୍ । ଯାହା ରଖାଯାଇଛି ‘ମାତୃଭୂମି: ମେ ୱାର ରେଷ୍ଟ ଇନ୍ ପିସ୍’ । ଦେଶପ୍ରେମ , ବଳିଦାନ ଓ ଯୁଦ୍ଧ ଯୋଗୁ ମାନବ ସମାଜ ଦେଉଥିବା ବଳିଦାନ ବିଷୟରେ ଏଥିରେ ଉଲ୍ଲେଖ କରାଯାଇଛି । ଏବେ ସମଗ୍ର ବିଶ୍ୱରେ ଶାନ୍ତିର ଆବଶ୍ୟକତା ଥିବା ବେଳେ ଏହି ସମୟରେ ଫିଲ୍ମର ଝଲକ୍ ସାମ୍ନାକୁ ଆସିବା ଦେଶ ସେବାରେ ନିୟୋଜିତ ଯବାନ ଓ ତାଙ୍କ ପରିବାରର ଭାବଗତ ବାସ୍ତବତାକୁ ପରିପ୍ରକାଶ କଲା ପରି ଅନୁଭବ ହେଉଛି ।

ଭାରତ-ଚୀନ ସମ୍ପର୍କରେ ସୁଧାର ଆସୁଥିବା ବେଳେ ମାତୃଭୂମି ଫିଲ୍ମ ଏକ ଅନିଶ୍ଚିତ ଅବସ୍ଥାରେ ଫସି ରହିଥିଲା । ଗତ ଏପ୍ରିଲ ମାସରେ ଫିଲ୍ମ ରିଲିଜ୍ ହେବାର ଥିଲା । କିନ୍ତୁ ବିବାଦ ଯୋଗୁ ଟ୍ରେଲର ବି ରିଲିଜ୍ ହୋଇପାରିନଥିଲା । ଶେଷରେ ଏହି ଫିଲ୍ମ ଆସନ୍ତା ଡିସେମ୍ବର ୪ରେ ରିଲିଜ୍ ହେବ ବୋଲି ଘୋଷଣା ହୋଇଛି । ସଲମାନ ଖାନ ଫିଲ୍ମସ ବ୍ୟାନରରେ ପ୍ରସ୍ତୁତ ହୋଇଥିବା ଏହି ଫିଲ୍ମର ନିଦ୍ଦେ ର୍ଶନା ଦେଇଛନ୍ତି ଅପୂର୍ବ ଲଖିଆ । ସଲମାନଙ୍କ ସହ ଅନ୍ୟ ପ୍ରମୁଖ ରୋଲରେ ଚିତ୍ରାଙ୍ଗଦା ସିଂ ନଜର ଆସିଛନ୍ତି ।
