ଲକ୍ଷ୍ନୌ: ୧୯୯୨ ମସିହାରେ ବାବ୍ରି ମସଜିଦ ଭାଙ୍ଗିବା ମାମଲାରେ ବୁଧବାର ଏକ ସ୍ବତନ୍ତ୍ର ଅଦାଲତ ଦ୍ୱାରା ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ବିଜେପି ନେତା ଏଲ.କେ ଆଡଭାନୀ ।
ସେ କହିଛନ୍ତି ଯେ ଏହା ତାଙ୍କର ତଥା ତାଙ୍କ ଦଳର ରାମ ଜନ୍ମଭୂମି ଆନ୍ଦୋଳନ ପ୍ରତି ଥିବା ବିଶ୍ୱାସ ଏବଂ ପ୍ରତିବଦ୍ଧତାକୁ ପ୍ରମାଣିତ କରିଛି।
ବିଚାରପତି ଏସ.କେ ଯାଦବ ତାଙ୍କର ୨୦୦୦ ପୃଷ୍ଠାର ଆଦେଶରେ କହିଛନ୍ତି ଯେ ଏହି ଘଟଣା ପୂର୍ବ ଯୋଜନା ହୋଇନଥିଲା ଏବଂ କୌଣସି ଦୃଢ଼ ପ୍ରମାଣ ଦିଆଯାଇ ନ ଥିବାରୁ ନିର୍ଦ୍ଦୋଷରେ ଖଲାସ ହୋଇଥିବା ୩୨ ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ବରିଷ୍ଠ ବିଜେପି ନେତା ଆଡଭାନୀ ।
ଏହି ମାମଲାରେ ନିର୍ଦ୍ଦୋଷରେ ଖଲାସ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ଏଲ.କେ ଆଡଭାନୀ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଏମଏମ ଯୋଶୀ, ଉମା ଭାରତୀ, ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂ ଏବଂ ମହନ୍ତ ନିତ୍ୟ ଗୋପାଳ ଦାସ ଅଛନ୍ତି।
Comments are closed.