Latest Odisha News

BREAKING NEWS

ବିଜୟ ନାୟକଙ୍କ ନବମ ଗଳ୍ପ ସଙ୍କଳନ ‘ମାୟାବର୍ତ୍ତ’ ରାଜ୍ୟପାଳଙ୍କ ଦ୍ୱାରା ଉନ୍ମୋଚିତ

ଭୁବନେଶ୍ୱର : ପ୍ରକାଶନୀ ସଂସ୍ଥା ବିଦ୍ୟାପୁରୀ ,କଟକଙ୍କ ଦ୍ଵାରା ପ୍ରକାଶିତ ତଥା ଶିଳ୍ପୀ ବଳଦେବ ମହରଥାଙ୍କ ପ୍ରଚ୍ଛଦ ସହ ବିଶିଷ୍ଟ ଲେଖକ ବିଜୟ ନାୟକଙ୍କ ନବମ ଗଳ୍ପ ସଙ୍କଳନ ‘ମାୟାବର୍ତ୍ତ’ ମହାମହିମ ରାଜ୍ୟପାଳ ଗଣେଶୀ ଲାଲଙ୍କ ଦ୍ଵାରା ଉନ୍ମୋଚିତ ହୋଇଯାଇଛି । ଗଳ୍ପ ଲେଖିବା ପାଇଁ ହେଲେ ପ୍ରଥମେ କାହାଣୀର ଗୂଢ଼ତତ୍ତ୍ୱ ସହିତ ଗାଳ୍ପିକକୁ ନିଜେ ତଲ୍ଲୀନ ହେବାକୁ ହୁଏ ତାହେଲେ ଯାଇ ଗଳ୍ପ ସଙ୍କଳନଟି ପାଠକୀୟ ଆଦୃତି ପାଏ ବୋଲି ରାଜ୍ୟପାଳ ମତବ୍ୟକ୍ତ କରିଥିଲେ ।

ଏହି ଅବସରରେ ଲେଖକ ଶ୍ରୀ ନାୟକଙ୍କ ସହ ଔପନ୍ୟାସିକା ପ୍ରତିଭା ରାୟ, କାଦମ୍ବିନୀର ସମ୍ପାଦିକା ଇତି ସାମନ୍ତ, କବି ରକ୍ଷକ ନାୟକ ଓ ଅନ୍ୟମାନେ ଉପସ୍ଥିତ ଥିଲେ । ଏହାର ପ୍ରଚ୍ଛଦ ଶିଳ୍ପୀ ବଳଦେବ ମହରଥା।

 

Leave A Reply

Your email address will not be published.