Latest Odisha News

BREAKING NEWS

କଣ୍ଟେନର ପଛରୁ ପିଟିଲା କାର୍‌, ୬ ଜଣଙ୍କ ଚାଲିଗଲା ଜୀବନ

ନୂଆଦିଲ୍ଲୀ : ତାମିଲନାଡ଼ୁର ଚେଙ୍ଗଲପେଟ ଜିଲ୍ଲାରେ ବଡ଼ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ଘଟିଛି  । ତିରୁବନ୍ନା ମଲାଇରୁ ଚେନ୍ନାଇ ଫେରୁଥିବା ବାଟରେ ହୋଇଥିଲା ଅଘଟଣ  । ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି  । ତେବେ ଏହି ସମସ୍ତ ଲୋକଙ୍କ ଘର ଚେନ୍ନାଇର ଉପନଗର ପୋଝିଚାଲୁରେ ବୋଲି ଜଣାପଡ଼ିଛି  ।

ସୂଚନା ଅନୁଯାୟୀ, ଏହି ଦୁର୍ଘଟଣା ଆଜି ସକାଳେ ଚେଙ୍ଗଲପେଟ୍ ଜିଲ୍ଲାରେ ଘଟିଛି । ଏନେଇ ଚାରିଜଣ ଆହତଙ୍କୁ ସରକାରୀ ମେଡିକାଲ କଲେଜ ଚେଙ୍ଗଲପେଟରେ ଚିକିତ୍ସା କରାଯାଉଛି । ଏହି ଭ୍ୟାନ୍‌ର ସମସ୍ତ ବ୍ୟକ୍ତି ଚେନ୍ନାଇର ଉପକଣ୍ଠ ପୋଜିଚାଲୁରର ବାସିନ୍ଦା ଅଟନ୍ତି । ଚେନ୍ନାଇ ନିକଟରେ କାରଟି ଏକ କଣ୍ଟେନର ଟ୍ରକ ସହିତ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଆହତ ହୋଇଛନ୍ତି ।

ଏହି ଦୁର୍ଘଟଣାରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ  ଏମ.କେ ଷ୍ଟାଲିନ ଦୁଃଖ ପ୍ରକାଶ କରିବା ସହ ପ୍ରତ୍ୟେକ ମୃତକଙ୍କ ପରିବାରକୁ ଏକ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଷ୍ଟାଲିନ ଏମଏସଏମଇ ମନ୍ତ୍ରୀ ଘଟଣାସ୍ଥଳକୁ ଯାଇ ପୀଡିତମାନଙ୍କ ସମସ୍ତ ସୁବିଧା ଯୋଗାଇଦେବା ପାଇଁ  ନିର୍ଦ୍ଦେଶ ଦେବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।

 

 

Leave A Reply

Your email address will not be published.