Latest Odisha News

BREAKING NEWS

ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳରେ ସୁଯୋଗ ପାଇବେ କି ମୟଙ୍କ ଯାଦବ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ମୟଙ୍କ ଯାଦବଙ୍କ ବୋଲିଂ ଏବେ ଚହଳ ସୃଷ୍ଟି କରିଛି । ପଞ୍ଜାବ କିଙ୍ଗସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ବିପକ୍ଷରେ ତାଙ୍କର ଘାତକ ଓ ସଠିକ ବୋଲିଂ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ବେଙ୍ଗାଲୁର ବିପକ୍ଷରେ ୪ ଓଭରରେ ୧୪ ରନ ଦେଇ ସେ ୩ଟି ୱିକେଟ ଅକ୍ତିଆର କରି ଦଳକୁ ବିଜୟୀ କରାଇଥିଲେ । ମୟଙ୍କ ବୋଲିଂ ଚୟନ କମିଟିଙ୍କୁ ପ୍ରଭାବିତ କରିଛି ବୋଲି ଚର୍ଚ୍ଚା ଜୋର ଧରିଛି । ଭାରତୀୟ ଚୟନ କମିଟି ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଚୟନ କରିବେ । ଆଇପିଏଲ ପ୍ରଦର୍ଶନ ଉପରେ ସେମାନଙ୍କ ତୀକ୍ଷଣ ନଜର ରହିଛି । ୱେଷ୍ଟଇଣ୍ଡିଜର ପିଚରେ ମୟଙ୍କ ଦଳକୁ ଫାଇଦାରେ ରଖିବେ ବୋଲି ଆଶା କରାଯାଉଛି । ତେବେ ଆଉ କେତୋଟି ମ୍ୟାଚରେ ତାଙ୍କ ପ୍ରଦର୍ଶନ ଅନୁଧ୍ୟାନ କରିବା ପରେ ବିଶ୍ୱକପ ଦଳରେ ସ୍ଥାନ ପାଇବେ କି ନାହିଁ ତାହା ସ୍ପଷ୍ଟ ହେବ ।

ଆଇପିଏଲ ଇତିହାସରେ ସେ ପ୍ରଥମ ବୋଲର ଭାବେ ୩ ଥର ୧୫୫ କିଲୋମିଟର ପ୍ରତି ବେଗରେ ବୋଲିଂ କରିଛନ୍ତି । ବ୍ୟାଟ୍ସମ୍ୟାନଙ୍କ ମନରେ ତାଙ୍କ ପ୍ରତି ଭୟ ସୃଷ୍ଟି ହୋଇଥିବା ପରିଲକ୍ଷିତ ହୋଇଛି । ଅଷ୍ଟ୍ରେଲିଆର ମହାନ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ ମଧ୍ୟ ତାଙ୍କ ବୋଲିଂରେ ପ୍ରଭାବିତ ହୋଇଛନ୍ତି । ସେ ତାଙ୍କୁ ସାମ୍ନା କରିବା ଇଚ୍ଛୁୂକ ବୋଲି କହିଛନ୍ତି । ବର୍ଡର-ଗାଭସ୍କର ସିରିଜ ଅବସରରେ ଯଦି ସେ ଭାରତୀୟ ଦଳରେ ସ୍ଥାନ ପାଇବେ ତାହାହେଲେ ସୁଯୋଗ ସୃଷ୍ଟି ହେବ ବୋଲି ସ୍ମିଥ କହିଛନ୍ତି ।

Leave A Reply

Your email address will not be published.