Latest Odisha News

BREAKING NEWS

କ୍ଷମା ମାଗନ୍ତୁ ଆତୀଶ, ବିଜେପି ପଠାଇଲା ମାନହାନୀ ନୋଟିସ

ନୂଆଦିଲ୍ଲୀ: ବଢିଲା ଆମ ଆଦମୀ ପାର୍ଟି ନେତ୍ରୀ ଆତିଶୀଙ୍କ ଅଡୁଆ । ଆପ୍ ମନ୍ତ୍ରୀ ଆତିଶୀ ମାର୍ଲେନାଙ୍କୁ ମାନହାନୀ ନୋଟିସ ପଠାଇଲା ବିଜେପି । କିଛି ଦିନ ତଳେ ସାମ୍ବାଦିକ ସମ୍ମିଳନୀ କରି ଆତିଶୀ ଦାବି କରିଥିଲେ ଯେ, ବିଜେପି ତାଙ୍କୁ ଦଳରେ ଯୋଗ ଦେବାକୁ ଅଫର ଦେଇଛି । ଏହି ବୟାନକୁ ବିରୋଧ କରି ବିଜେପି ତାଙ୍କୁ ମାନହାନୀ ନୋଟିସ୍‌ ପଠାଇଛି ।

ଦିଲ୍ଲୀ ବିଜେପି ସଭାପତି ବିରେନ୍ଦ୍ର ସଚ୍ଚେଦବା ଆତିଶୀଙ୍କୁ ମାନହାନୀ ନୋଟିସ ପଠାଇଛନ୍ତି । ଏଥିସହ ଆତିଶୀ ସର୍ବସମ୍ମୁଖରେ କ୍ଷମା ମାଗନ୍ତୁ ବୋଲି ସେ ଦାବି କରାଯାଇଛି । ସେ କହିଛନ୍ତି, ଆତିଶୀ ନିଜ ବୟାନକୁ ଫେରାଇ ନିଅନ୍ତୁ। ଏହା ତାଙ୍କର ମନଗଢା ଓ ମିଛ ବୟାନବାଜି । ଯଦି ଦାବି ପ୍ରମାଣିତ ନ କରି ପାରନ୍ତି ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଭାଜପା କହିଛି ।

ସୂଚନାଯୋଗ୍ୟ ଯେ, ଗତକାଲି ତଥା ମଙ୍ଗଳବାର ଦିନ ଆପ୍‌ ମନ୍ତ୍ରୀ ଆତୀଶି ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସମ୍ମିଳନୀରେ ସେ ବିଜେପି ବିରୋଧରେ ନାନା ଅଭିଯୋଗ ଆଣିଥିଲେ।

Leave A Reply

Your email address will not be published.