ପ୍ରୟାଗରାଜ: ଭାରତର ମେଧାବୀ ଛାତ୍ର ମୟଙ୍କ ମିଶ୍ର ବିଶ୍ୱର ଶ୍ରେଷ୍ଠ ସର୍ଚ୍ଚ ଇଂଜିନ ଭାବେ ପ୍ରତିଷ୍ଠିତ ଗୁଗଲର ତ୍ରୁଟି ଖୋଜିବାରେ ସଫଳ ହୋଇଛନ୍ତି । ଏଥିରେ ଖୁସି ହୋଇ ଗୁଗଲ ବଗ ହଂଟର ହଲ ଅଫ ଫେମରେ ମୟଙ୍କଙ୍କୁ ସ୍ଥାନ ଦିଆଯାଇଛି । ବିଟେକ କରୁଥିବା ମୟଙ୍କ ଅତି ସାଧାରଣ ପରିବାରରୁ ଆସିଛନ୍ତି । ତାଙ୍କ ବାପା ଜଣେ କୃଷକ । ଡିଜିଟାଲ ଯୁଗରେ ସିକ୍ୟୁରିଟି ଡାଟା ସୁରକ୍ଷିତ କିପରି ରହିବ ସେ ନେଇ ବହ ବଡ କମ୍ପାନୀ ଏ ଭଳି କାର୍ଯ୍ୟକ୍ରମର ଆୟୋଜନ କରିଥାନ୍ତି ।
ପୂର୍ବରୁ ଗୁଗଲ ବ୍ୟତୀତ ଚାଇନିଜ ଟେଲିକମ କମ୍ପାନୀ ହୁଆୱେ, ଲେନୋଭା, ଇନଫ୍ଲେକାଟ୍ରାର ହଲ ଅଫ ଫେମରେ ମଧ୍ୟ ସେ ସ୍ଥାନ ପାଇ ସାରିଛନ୍ତି । ସାଇବର ସିକ୍ୟୁରିଟି ପ୍ରତି ତାଙ୍କର ବିଶେଷ ରୁଚି ଥିବାରୁ ସେ ଗୋଟିଏ ପରେ ଗୋଟିଏ ଉପଲବ୍ଧି ହାସଲ କରି ଚାଲିଛନ୍ତି । ଅନେକ ଆନ୍ତର୍ଜାତୀୟ କମ୍ପାନୀ ମୟଙ୍କଙ୍କୁ ନେବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ତେବେ ଆଉ କିଛି ଦିନ ବଗ ହଂଟିଙ୍ଗ ଭାବେ କାର୍ଯ୍ୟ କରିବାକୁ ଚାହାନ୍ତି ବୋଲି ସେ କହିଛନ୍ତି ।
Comments are closed.