Latest Odisha News

ସିଙ୍ଗୁ ସୀମାରେ ନିର୍ମମ ହତ୍ୟାକାଣ୍ଡ ରଚିଥିବା ନିହଙ୍ଗ ଶିଖ ସରବଜିତଙ୍କ ଆତ୍ମସମର୍ପଣ

ନୂଆଦିଲ୍ଲୀ: ସିଙ୍ଗୁ ସୀମାରେ ଘଟିଥିବା ଜଘନ୍ୟ ହତ୍ୟାକାଣ୍ଡ ଏବେ ସାରା ଭାରତରେ ଚର୍ଚ୍ଚାର କାରଣ ସାଜିଛି । ଏହାର ମୁଖ୍ୟ ଅଭିଯୁକ୍ତ ନିହଙ୍ଗ ଶିଖ ସରବଜିତ ସିଂ ଆଜି ହରିୟାଣା ପୋଲିସଙ୍କ ନିକଟରେ ଆତ୍ମ ସମର୍ପଣ କରିଛନ୍ତି । ପୋଲିସ ତାଙ୍କୁ ଗିରଫ କରି ଡାକ୍ତରୀ ପରୀକ୍ଷା ପାଇଁ ପଠାଇଛି । ସୂଚନାଯୋଗ୍ୟ, ଆଜି ସକାଳେ ୩୫ ବର୍ଷୀୟ ଲଖବୀର ପବିତ୍ର ଗ୍ରନ୍ଥର ଅପମାନ କରିବାରୁ ତାଙ୍କୁ ହତ୍ୟା କରାଯାଇଥିଲା ।

ପୋଲିସ ଅଭିଯୁକ୍ତଙ୍କୁ ଖୋଜୁଥିବା ବେଳେ ସେ ଆତ୍ମ ସମର୍ପଣ କରିଛନ୍ତି । ଏହି ହତ୍ୟା ଘଟଣାକୁ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ନିନ୍ଦା କରାଯାଇଛି । ଅପରପକ୍ଷରେ ଆମ ଧର୍ମଗ୍ରନ୍ଥକୁ ଯିଏ ବି ଅପମାନ କରିବ ତାକୁ ଏ ଭଳି ସଜା ଦିଆଯିବ ବୋଲି ନିହଙ୍ଗ ଧାର୍ମିକ ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.