Latest Odisha News

BREAKING NEWS

କୋହଲି ଆଇପିଏଲ ଖେଳି ନ ପାରନ୍ତି, ଡିଭିଲର୍ସ ବ୍ୟକ୍ତ କଲେ ଆଶଙ୍କା

ମୁମ୍ବାଇ: ଆଇପିଏଲ ୨୦୨୪ ଚଳିତ ମାସ ୨୨ରୁ ଆରମ୍ଭ ହେବ । ଏଥିପାଇଁ ସମସ୍ତ ଟିମ ସେମାନଙ୍କ ପ୍ରସ୍ତୁତି ଜାରୀ ରଖିଛନ୍ତି । ତେବେ ଏହା ମଧ୍ୟରେ ଏକ ଖବର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ପ୍ରଶଂସକଙ୍କୁ ଚିନ୍ତାରେ ପକାଇ ଦେଇଛି । ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଏବି ଡିଭିଲର୍ସ ଆଶଙ୍କା ବ୍ୟକ୍ତ କରିଛନ୍ତି ଯେ, ବିରାଟ କୋହଲି ଆଇପିଏଲରେ ଖେଳି ନ ପାରନ୍ତି । ସେ କହିଛନ୍ତି ଯେ, କୋହଲି ଆଇପିଏଲ ଖେଳିବେ ? କୌଣସି କାରଣବଶତଃ ସେ କ୍ରିକେଟଠାରୁ ଦୂରେଇ ରହିଛନ୍ତି । ଏହା ବି ହୋଇପାରେ ସେ ଏଥର ଆଇପିଏଲରେ ଖେଳି ନ ପାରନ୍ତି ।

ବ୍ୟକ୍ତିଗତ କାରଣ ଯୋଗୁ କୋହଲି ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଖେଳିପାରି ନ ଥିଲେ । ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଦ୍ୱିତୀୟ ସନ୍ତାନର ଜନନୀ ହେବା ପରେ ମଧ୍ୟ କ୍ରିକେଟକୁ ଫେରିବା ନେଇ କୋହଲିଙ୍କ ପକ୍ଷରୁ କୌଣସି ବୟାନ ଜାରୀ କରାଯାଇ ନାହିଁ । କୋହଲିଙ୍କ ଭଲ ବନ୍ଧୁ ଭାବେ ଡିଭିଲର୍ସ ଜଣାଶୁଣା । ତାଙ୍କ ମାଧ୍ୟମରେ କୋହଲି କିଛି ମେସେଜ ଦେବାକୁ ଚାହୁଁଛନ୍ତି ବୋଲି ପ୍ରଶଂସକମାନେ କହିଛନ୍ତି ।

Comments are closed.