Latest Odisha News

BREAKING NEWS

ମେଣ୍ଟ ଚର୍ଚ୍ଚା ନେଇ ଦିଲ୍ଲୀ ଗଲେ ପାଣ୍ଡିଆନ ଓ ବବି ଦାସ

ଭୁବନେଶ୍ୱର: ବିଜେଡି ଓ ବିଜେପି ମେଣ୍ଟକୁ ନେଇ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଚର୍ଚ୍ଚା ହେଉଛି । ଓଡ଼ିଶାରେ ବିଜେପି ଏବଂ ବିଜେଡି ମଧ୍ୟରେ ମେଣ୍ଟ ହେବା ନେଇ ଚର୍ଚ୍ଚା ବାସ୍ତବତା ଆଡକୁ ଗତି କରୁଛି। ଏହାରି ଭିତରେ ଦିଲ୍ଲୀ ଗଲେ ପାଣ୍ଡିଆନ ଆଉ ବବି। ମେଣ୍ଟ ଆଲୋଚନା ଆଗେଇ ନେବାକୁ ଦିଲ୍ଲୀ ଗଲେ ୨ ନେତା। ବୁଧବାର ନବୀନ ନିବାସରେ ବିଜେଡିର ବରିଷ୍ଠ ନେତାଙ୍କ ଘମାଘୋଟ ଆଲୋଚନା ହୋଇଥିଲା ବେଳେ ଦିଲ୍ଲୀରେ ଦୁଇ ଦିନ ହେଲା ରାଜ୍ୟ ବିଜେପିର ବରିଷ୍ଠ ନେତାମାନେ ଡେରା ପକେଇଛନ୍ତି।

ପୂର୍ବରୁ ବିଜେପିର ରାଜ୍ୟ ନେତୃତ୍ବ ଦିଲ୍ଲୀରେ ଅଛନ୍ତି । ଏହାରି ମଧ୍ୟରେ ଦିଲ୍ଲୀ ଗସ୍ତ କରିଛନ୍ତି ବିଜୁ ଜନତା ଦଳର ଦୁଇ ବଡ ନେତା । ସ୍ବତନ୍ତ୍ର ବିମାନରେ ଦିଲ୍ଲୀ ଗଲେ ବିଜେଡିର ୨ ନେତା ଭିକେ ପାଣ୍ଡିଆନ ଏବଂ ପ୍ରଣବ ପ୍ରକାଶ ଦାସ। ଗୁରୁବାର ସନ୍ଧ୍ୟାରେ ଦୁଇ ନେତା ହଠାତ୍ ଦିଲ୍ଲୀ ଗସ୍ତ କରିଛନ୍ତି। ଦିଲ୍ଲୀରେ ବିଜେପି ଶୀର୍ଷ ନେତାଙ୍କ ସହିତ ପାଣ୍ଡିଆ ଏବଂ ବବି ଦାସ ଆଲୋଚନା କରିବେ। କୁହାଯାଉଛି ଓଡ଼ିଶାରେ ମେଣ୍ଟ ହେଲେ ସିଟ୍ ଶେୟାରିଂ ଫର୍ମୁଲା କିପରି ରହିବି, ତାହାକୁ ନେଇ ଆଲୋଚନା ଚାଲିଛି। ମେଣ୍ଟ ଆଲୋଚନା ଆଗେଇ ନେବାକୁ ଦିଲ୍ଲୀରେ ବିଜେପିର ବରିଷ୍ଠ ନେତାଙ୍କ ସହ ଆଲୋଚନା କାର୍ଯ୍ୟକ୍ରମ ଥିବା କୁହାଯାଉଛି।

Leave A Reply

Your email address will not be published.