Latest Odisha News

BREAKING NEWS

ଆସନ୍ତୁ ଜାଣିବା କେଉଁ ସ୍ଥାନକୁ କୁହାଯାଏ ଭାରତର ବ୍ଲାକ ମ୍ୟାଜିକର ରାଜଧାନୀ

ନୂଆଦିଲ୍ଲୀ: ଭାରତ ଏକ ରହସ୍ୟମୟ ଦେଶ କହିଲେ ଭୁଲ ହେବନି । ଆସାମର ଏପରି ଏକ ଗ୍ରାମ ରହିଛି ଯାହାକୁ ବ୍ଲାକ ମ୍ୟାଜିକର ରାଜଧାନୀ କୁହାଯାଏ । ଏହି ଗ୍ରାମକୁ ଯିବାକୁ ସମସ୍ତଙ୍କ ଉତ୍କଣ୍ଠା ରହିଥିଲେ ମଧ୍ୟ ସେଠାରେ ପାଦ ଦେବା କ୍ଷଣି ଏକ ଭୟଙ୍କର ଅନୁଭୂତି ସୃଷ୍ଟି ହୋଇଥାଏ । ଗୌହାଟୀର ୪୦ କିଲୋମିଟର ଦୂରରେ ମାୟୋଙ୍ଗର ଛୋଟ ବଡ ସମସ୍ତେ ବ୍ଲାକ ମ୍ୟାଜିକରେ ସିଦ୍ଧହସ୍ତ । ସେମାନେ ନିଜର ରକ୍ଷା ପାଇଁ ଏହି ମ୍ୟାଜିକ କରିଥାନ୍ତି ବୋଲି କୁହନ୍ତି । ଲୋକକଥା ଅନୁସାରେ ସେମାନେ ତାଙ୍କ ଯାଦୁ ଶକ୍ତି ବଳରେ ଲୋକଙ୍କୁ ଅଜଣା ଜାଗାକୁ ପଠେଇ ଦିଅନ୍ତି ।

ପୌରାଣିକ କଥା ଅନୁସାରେ ଭୀମଙ୍କ ପୁତ୍ର ଘଟୋତ୍ସକ ଏହିଠାରୁ ଯାଦୁ ଶକ୍ତି ଶିଖିବା ପରେ ମହାଭାରତ ଯୁଦ୍ଧରେ ସାମିଲ ହୋଇଥିଲେ । ଏହି ଗ୍ରାମରେ ରହୁଥିବା ଓଝାମାନେ ଚିକିତ୍ସା ଏବଂ ଅନ୍ୟ ଭଲ କାର୍ଯ୍ୟରେ ଏହାକୁ ବ୍ୟବହାର କରିଥାନ୍ତି । ମାତ୍ର ଅନ୍ୟର କ୍ଷତି କରିବା ପାଇଁ ଯାଦୁର ବ୍ୟବହାରକୁ ବ୍ଲାକ ମ୍ୟାଜିକ କୁହାଯାଇଥାଏ । ଦୂରରେ ଥିବା କାହାକୁ କଷ୍ଟ ଦେବା ଏପରିକି ମାରିଦେବା କାର୍ଯ୍ୟ ମଧ୍ୟ ଏହା ଦ୍ୱାରା ସମ୍ଭବ ବୋଲି ସେମାନେ କହିଥାନ୍ତି ।

ଯଦି କୌଣସି ବ୍ୟକ୍ତି ବ୍ଲାକ ମ୍ୟାଜିକ ମାଧ୍ୟମରେ ଯନ୍ତ୍ରଣା ପାଉଥାଏ, ସେ ଏଠାରେ ଆସି ନିଜକୁ ଭଲ କରିଥାଏ । ଏଠାକାର ଓଝା ମାନେ ହସ୍ତରେଖା ଏବା କାଚ ମାଧ୍ୟମରେ ଲୋକଙ୍କ ଭବିଷ୍ୟ କହି ଦେଇଥାନ୍ତି । ପାଖ ଗ୍ରାମର ଲୋକଙ୍କ କହିବା ଅନୁସାରେ ଏହି ଗ୍ରାମରେ ପ୍ରବେଶ କରିବା ଲୋକ ସହଜରେ ଫେରି ପାରେ ନାହିଁ । ଏହାର ସତ୍ୟତା କଣ ତାହା ପ୍ରମାଣିତ ହୋଇପାରି ନାହିଁ । ବୈଜ୍ଞାନିକମାନେ ସେମାନଙ୍କ ଦାବୀକୁ ଖଣ୍ଡନ କରୁଥିବା ବେଳେ କେତେକ କ୍ଷେତ୍ରରେ ସେମାନଙ୍କ ପାଖେ ଉତର ନାହିଁ ।

Leave A Reply

Your email address will not be published.