Latest Odisha News

BREAKING NEWS

ମୟୂରଭଞ୍ଜ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ଔଷଧ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ବ୍ଲକ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ଔଷଧ ଷ୍ଟୋର ରୁମରେ ଗତକାଲି ରାତି ପ୍ରାୟ ୮ଟା ସମୟରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି । ଷ୍ଟୋର ରୁମଟି ବନ୍ଦ ଥିବାବେଳେ ଭିତର ପଟୁ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା । ପରେ ନିଆଁର ପ୍ରକୋପ ବଢ଼ି ଡାକ୍ତଖାନାର ଅନ୍ୟ କୋଠରୀକୁ ବ୍ୟାପିଯାଇଥିଲା । ଘର ଭିତରେ ଥିବା ସମସ୍ତ ଆସବାବପତ୍ର ଅକ୍ସିଜେନ ସିଲିଣ୍ଡର, ବହୁମୁଲ୍ୟ ଔଷଧ ଆଦି ଜଳିଯାଇଥିଲା ।

BjdElectrycity

ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନଥିବା ବେଳେ ସଟସର୍କିଟ କାରଣରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଅଗ୍ନିକାଣ୍ଡ ସମୟରେ ସେଠାରେ ଉପସ୍ଥିତ ଥିବା କର୍ମଚାରୀ ଓ ସାଧାରଣ ଜନତା ଭିତରେ ଥିବା ଅକ୍ସିଜେନ ସିଲିଣ୍ଡର ଫାଟିବାର ପ୍ରଚଣ୍ଡ ଶବ୍ଦ ଶୁଣିଥିଲେ । ସିଲିଣ୍ଡର ଫାଟି ତାର କିଛି ଅଂଶ ଛିଟିକିବା ଫଳରେ ଡାକ୍ତରଖାନାର ଡ୍ରାଇଭର ଓ ସ୍ଥାନୀୟ ଅବସରପ୍ରାପ୍ତ କର୍ମଚାରୀ ଆହତ ହୋଇଥିବା ଜଣାପଡ଼ିଛି । ସେପଟେ ଶବ୍ଦ ଶୁଣି ଦୌଡ଼ି ପଳାଉଥିବା ସମୟରେ ଜଣେ ବିଦ୍ୟୁତ୍ ଖୁଣ୍ଟରେ ବାଡ଼େଇ ହୋଇ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ନିଆଁ ଲିଭାରେ ନିୟୋଜିତ ରହିଛନ୍ତି । କୁଳିଅଣା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏବେବି ନିଆଁ ଲିଭା କାର୍ଯ୍ୟ ଜାରି ରଥିବା ସୂଚନା ମିଳିଛି । ତେବେ ଘଟଣାରେ କେତେ କ୍ଷୟକ୍ଷତି ହୋଇଛି, ତା’ର ଆକଳନ କରାଯାଇନାହିଁ ।

Leave A Reply

Your email address will not be published.