Latest Odisha News

BREAKING NEWS

ବାଙ୍କିଶୋଳରେ କାର୍ଯ୍ୟକ୍ଷମ ହେଲା କୋଭିଡ଼ ହସ୍ପିଟାଲ୍

ବାରିପଦା: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ସାରା ଦେଶରେ ବିପଦରେ ବଢିବାରେ ଲାଗିଛି । ଏ ନେଇ ସାରା ବିଶ୍ୱରେ ବାଜିସାରିଛି ସତର୍କ ଘଣ୍ଟି । ଓମିକ୍ରନକୁ ନେଇ ଚିନ୍ତାରେ ପଡିଛି ଓଡିଶାର ସ୍ୱାସ୍ଥ୍ୟ ବିଭାଗ । ବିଶେଷଜ୍ଞଙ୍କ ଆକଳନ କହୁଛି ଫେବ୍ରୁଆରୀରେ ବଢିବ ସଂକ୍ରମଣ ସଂଖ୍ୟା । ଏହାକୁ ଦୃଷ୍ଟିରେ ରଖି ଆଜି ମୟୁରଭଞ୍ଜ ଜିଲ୍ଲା ବାଙ୍କିଶୋଳ କିସ୍ କ୍ୟାମ୍ପସରେ କାର୍ଯ୍ୟକ୍ଷମ ହେଲା ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ଼ ହସ୍ପିଟାଲ୍ । ଜିଲ୍ଲାପାଳ ବୀନିତ ଭରଦ୍ୱାଜ ଆଜି ବିଧିବଦ୍ଧ ଭାବେ କୋଭିଡ୍ ହସ୍ପିଟାଲର ପୁନଃ ଆରମ୍ଭ କରିବାକୁ ଗ୍ରୀନ୍ ସିଗନାଲ୍ ଦେଇଛନ୍ତି ।

କରୋନାର ପ୍ରଥମ ଓ ଦ୍ୱିତୀୟ ଲହରରେ ମୟୁରଭଞ୍ଜର ଏହି କୋଭିଡ଼ ହସ୍ପିଟାଲ ଜିଲ୍ଲାବାସୀଙ୍କୁ ସାହା ହୋଇଥିଲା । ସେଥିପାଇଁ କୋଭିଡ୍ ବିରୋଧୀ ଲଢେଇରେ ପୁଣିଥରେ ଜିଲ୍ଲା ପ୍ରଶାସନ କିମ୍ସ ଉପରେ ଆସ୍ଥା ପ୍ରକଟ କରିଛନ୍ତି । ଏଥର ରୋଗୀଙ୍କ ପାଇଁ ୨୦ଟି ଆଇସିୟୁ, ୨୦ଟି ଏଡିୟୁ ଓ ୧୬୦ଟି ସାଧାରଣ ବେଡ଼ର ବ୍ୟବସ୍ଥା କରାଯାଇଛି । ରୋଗୀଙ୍କ ପାଇଁ ମେଡିସିନ୍ ଓ ଭେଣ୍ଟିଲେଟରର ସୁବିଧା ମଧ୍ୟ ରହିଛି । ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଏବଂ ପାରା ମେଡ଼ିକାଲ ଷ୍ଟାଫଙ୍କୁ ମିଶାଇ ୬୦ରୁ ଉଦ୍ଧ୍ୱର୍ କର୍ମଚାରୀ ହସ୍ପିଟାଲରେ ନିୟୋଜିତ ହୋଇଛନ୍ତି । ସେହିଭଳି ରୋଗୀଙ୍କ ସମ୍ପର୍କୀୟମାନଙ୍କ ପାଇଁ ହେଲ୍ପ ଡେସ୍କର ସୁବିଧା ମଧ୍ୟ କରାଯାଇଛି ।

ମାଡି ଚାଲିଛି କୋଭିଡ୍ ସଂକ୍ରମଣ । ପ୍ରସ୍ତୁତ ମୟୁରଭଂଜ ପ୍ରଶାସନ । ରୋଗୀଙ୍କ ପାଇଁ ମେଡିସିନ୍ ଓ ଅକ୍ସିଜେନ ମହଜୁଦ ରହିଛି । ଗତବର୍ଷ ଏହି ହସ୍ପିଟାଲରୁ ଏକ ଭିଡିଓ ଆଲୋଡନ ସୃଷ୍ଟି କରିଥିଲା । ତେବେ ଚଳିତବର୍ଷ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବାକୁ ଏହି ହସ୍ପିଟାଲ ଲକ୍ଷ ରଖିଛି ।

Comments are closed, but trackbacks and pingbacks are open.