Latest Odisha News

BREAKING NEWS

ବିଜେପିରେ ସାମିଲ ହେଲେ ବିଞ୍ଝାରପୁର ନିର୍ବାଚନମଣ୍ଡଳୀର ବହୁ କଂଗ୍ରେସ ନେତା

ଭୁବନେଶ୍ୱର: ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଆଜି ଏକ ମିଶ୍ରଣ ପର୍ବରେ ଯାଜପୁର ଜିଲ୍ଲା ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜରୀ ପଞ୍ଚାୟତର ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ତଥା ବର୍ତମାନର ସମିତି ସଭ୍ୟ ଭୂବନାନନ୍ଦ ସାମଲ ଆଜି ନିଜ ସମର୍ଥକଙ୍କ ଗହଣରେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି । ଶ୍ରୀ ସାମଲଙ୍କ ନେତୃତ୍ୱରେ ବିଂଝାରପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ସିମାନ୍ତ ପାତ୍ର, ବିଂଝାରପୁର ବ୍ଲକ ସ୍ୱୟଂସହାୟିକା ଗୋଷ୍ଠୀ ମହାସଂଘ ସଭାପତି ନିର୍ଝରିଣୀ ନାୟକ, ସଦସ୍ୟା ମମିତା ସେଠୀ, ବିଂଝାରପୁର ବ୍ଲକ କଂଗ୍ରେସ ସଭାପତିସୁଦାମ ସାମଲ, କଂଗ୍ରେସ ନେତା ନବକିଶୋର ଜେନା, ଦୁର୍ଯ୍ୟୋଧନ ମଲ୍ଲିକ, ବାବନ ନାୟକ, ସୁବଳ ମଲ୍ଲିକ, ଅଭିରାମ ନାୟକ, ପ୍ରଫୁଲ୍ଲ ନାୟକ, ଯୁଧିଷ୍ଠିର ନାୟକ, ପରମାନନ୍ଦ ବେହେରା ପ୍ରମୁଖ ନିଜ ନିଜ ସମର୍ଥକଙ୍କ ଗହଣରେ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ରାଜ୍ୟ ସଭାପତି ସମୀର ମହାନ୍ତି ନୂତନ ଭାବେ ବିଜେପିରେ ସାମିଲ ହୋଇଥିବା ସମସ୍ତ ନୂତନ ସଦସ୍ୟଙ୍କୁ ଉତ୍ତୋରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ ଜଣାଇଥିଲେ ।

ଶ୍ରୀ ଭୂବନାନନ୍ଦ ସାମଲଙ୍କ ଯୋଗଦାନ ଫଳରେ ବିଂଝାରପୁର ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନ ଅଧିକ ମଜବୁତ ହେବ ବୋଲି ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏହି ମିଶ୍ରଣ ପର୍ବ ଅବସରରେ ଯାଜପୁର ଜିଲ୍ଲା ସଭାପତି ଗୌତମ ରାୟ, ବିଂଝାରପୁର ବିଧାୟିକା ପ୍ରାର୍ଥୀ ବବିତା ମଲ୍ଲିକ୍, ପୂର୍ବତନ ଜିଲ୍ଲା ସଭାପତି ପବିତ୍ର ଦାସ୍, ରାଜ୍ୟ ମୁଖପାତ୍ର ଠାକୁର ରଞ୍ଜିତ୍ ଦାସ ପ୍ରମୁଖଉପସ୍ଥିତ ଥିଲେ ।

Comments are closed, but trackbacks and pingbacks are open.