Latest Odisha News

BREAKING NEWS

ପ୍ରଣବ ମୁଖାର୍ଜିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଣବ ମୁଖାର୍ଜିଙ୍କ ନିଧନରେ ମଙ୍ଗଳବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପ ରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଅନେକ ରାଜନେତା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

୮୪ ବର୍ଷ ବୟସରେ ଶ୍ରୀ ମୁଖାର୍ଜି ଦିଲ୍ଲୀ କେଣ୍ଟ ସ୍ଥିତ ଆର୍ମି ରିସର୍ଚ୍ଚ ଆଣ୍ଡ ରେଫରଲ ହସ୍ପିଟାଲରେ ସୋମବାର ଦିନ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଆଜି ବିଭିନ୍ନ ଗଣମାନ୍ୟ ବ୍ୟକ୍ତି ରାଜାଜୀ ମାର୍ଗରେ ଥିବା ବାସଭବନରେ ତାଙ୍କର ଅନ୍ତିମ ଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଲୋକସଭା ବାଚସ୍ପତି ଓମ୍ ବିର୍ଲା, ପ୍ରମୁଖ ପ୍ରତିରକ୍ଷା ଅଧ୍ୟକ୍ଷ ଜେନେରାଲ୍ ବିପିନ୍ ରାୱତ, ଆର୍ମି ଚିଫ୍ ଜେନେରାଲ୍ ଏମ ଏମ୍ ନାରାବଣେ, ଏୟାର ଚିଫ୍ ମାର୍ଶାଲ୍ ଅର କେ ଏସ୍ ଭଦୌରିଆ ଏବଂ ସ୍ଥଳ ସେନା ମୁଖ୍ୟ ଆଡମିରାଲ୍ କରମବୀର ସିଂହ ପ୍ରମୁଖ ଦିବଙ୍ଗତ ନେତାଙ୍କ ଅନ୍ତିମ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଆଜି ଅପରାହ୍ନରେ ଲୋଧି ରୋଡ୍ ଶ୍ମଶାନ ଘାଟରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯିବ । ପ୍ରଣବଙ୍କ ଦେହାନ୍ତ ପରେ ଗତକାଲି କେନ୍ଦ୍ର ସରକାର ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଥିଲେ ।

Leave A Reply

Your email address will not be published.