Latest Odisha News

BREAKING NEWS

ଗାଁ ରାସ୍ତାରେ ଆଣ୍ଠୁଏ କାଦୁଅ: ଅଭିନବ ଉପାୟରେ ପ୍ରତିବାଦ କଲେ ମହିଳା

ମୟୁରଭଞ୍ଜ: ଅଭିନବ ପ୍ରତିବାଦ । ଗାଁ ରାସ୍ତାରେ ଧାନ ଗଛ ରୋଇଲେ ଉତ୍ତ୍ୟକ୍ତ ଲୋକ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଳା କପ୍ତିପଦା ବ୍ଲକ ଘୁଣ୍ଟିବିଲ ଗାଁରେ । ପାଣ୍ଡୁଛକ ଠାରୁ ଘୁଣ୍ଟିବିଲ କୁ ସଂଯୋଗ କରୁଥିବା ରାସ୍ତାରେ ଏବେ ଆଣ୍ଠୁଏ କାଦୁଅ । ଗାଁ ଭିତରକୁ ଯିବାକୁ ହେଲେ କାଦୁଅରେ ପଶି ଯିବାକୁ ପଡୁଛି । ଯାହାକୁ ନେଇ ଗ୍ରାମବସୀ ମାନେ ବାରମ୍ବାର ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ସୁଦ୍ଧା ପଦକ୍ଷେପ ନନେବାରୁ ଗ୍ରାମବାସୀମାନେ ଏହିପରି ଭାବରେ ପ୍ରତିବାଦ କରିଛନ୍ତି ।

BjdElectrycity

ସୂଚନା ଅନୁସାରେ, ପାଣ୍ଡୁଛକ ଠାରୁ ଘୁଣ୍ଟିବିଲ କୁ ସଂଯୋଗ କରୁଥିବା ରାସ୍ତାରେ ଏବେ ଆଣ୍ଠୁଏ ଲେଖାଏଁ କାଦୁଅ । ଗ୍ରାମର ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଯାଇ ପାରୁ ନାହାନ୍ତି କିମ୍ବା କୌଣସି ରୋଗୀଙ୍କୁ ଡାକ୍ତରଖାନା ନେବା ନିମନ୍ତେ ଆମ୍ବୁଲାନ୍ସ ଗ୍ରାମ ଭିତରୁ ଆସି ପାରୁ ନାହିଁ । ଏ ନେଇ ବାରମ୍ବାର ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନକୁ ଜଣାଇଥିଲେ ବି ସମସ୍ୟାର ସମାଧାନ ହୋଇପାରୁ ନାହିଁ । ଫଳରେ ରାସ୍ତାରେ ଧାନ ଗଛ ରୋଇ ପ୍ରତିବାଦ କରିଛନ୍ତି । ଏହାଦ୍ୱାରା ପ୍ରଶାସନ ଚେତିବ ବୋଲି କହିଛନ୍ତି ଗ୍ରାମବାସୀ ।

Leave A Reply

Your email address will not be published.