Latest Odisha News

BREAKING NEWS

ପରଲୋକରେ ମୟୂରଭଞ୍ଜ ରାଜମାତା ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ

ବାରିପଦା : ମୟୂରଭଞ୍ଜ ରାଜମାତା ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓଙ୍କ ଦେହାନ୍ତ । ତାଙ୍କ ବେଲଗଡ଼ିଆ ରାଜପ୍ରାସାଦରେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୪ବର୍ଷ ବୟସ ହୋଇଥିଲା । ଗତ କିଛି ଦିନ ହେଲା ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ ।

ରାଜମାତା ଭାରତୀ ନେପାଳ ରାଜା ବୀର ବିକ୍ରମ ସାହଙ୍କ ଝିଅ । ୧୯୫୨ ମସିହାରେ ସେ ମୟୂରଭଂଜର ମହାରାଜା ପ୍ରଦୀପ ଚନ୍ଦ୍ର ଭଂଜ ଦେଓଙ୍କୁ ବିବାହ କରିଥିଲେ । ପୂର୍ବତନ ବିଧାୟକ ପ୍ରବୀଣ ଚନ୍ଦ୍ର ଭଂଜଦେଓ ତାଙ୍କର ପୁଅ ।

ତାଙ୍କ ମୃତ୍ୟୁରେ ରାଜ ପରିବାରରେ ତଥା ସ୍ଥାନୀୟ ଅଞ୍ଚଳ ରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.